Thursday, October 15, 2026
Home ଆଞ୍ଚଳିକ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ –

ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ –

104

ବାଲିଗୁଡ଼ା ୩୧/୫ (ଜିଲ୍ଲା ଖବର) : ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଥିଲା ତୁମୁଡ଼ିବନ୍ଧ ପୋଲିସ୍ । ଖବର ପାଇବା ପରେ ପେଟ୍ରଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହିତ ଗାଡ଼ି ମୋଟର ଯାଞ୍ଚ୍ କରୁଥିବା ସମୟରେ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ୍ ଉଭୟ ଗାଡ଼ିକୁ ପିଛାକରି ତୁମୁଡ଼ିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ଉଭୟ ଗାଡ଼ିକୁ କାବୁ କରିଥିଲା ଏବଂ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ (୩,୫୦,୦୦୦) ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ୍ । ସଂପୃକ୍ତ ଚାରିଜଣ ଙ୍କୁ ଗିରଫକରି କୋର୍ଟଚାଲାଣ କରିଛନ୍ତି | ଗିରଫ ମଧ୍ୟରୁ ଦୁଇଜଣ ନୁଆପଡ଼ା ଜିଲ୍ଲା କରିବାର ଅଞ୍ଚଳର ଜୟ ବାଗ୍ ଓ ବଇଦ ବାଗ୍ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଲିଗୁଡ଼ା ଥାନା ଡପାକିଆ ଗ୍ରାମର ପିତର ଦିଗାଲ ଓ ଡଙ୍ଗେରୀ ଗ୍ରାମର ନିଜିଙ୍ଗା ମଲ୍ଲିକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।