Monday, October 12, 2026
Home ଆଞ୍ଚଳିକ ବାଲିଗୁଡା ଠାରେ ଘରୋଇ ମୋଟର କର୍ମଚାରୀ ସଂଘ ର ବୈଠକ —

ବାଲିଗୁଡା ଠାରେ ଘରୋଇ ମୋଟର କର୍ମଚାରୀ ସଂଘ ର ବୈଠକ —

133

ବାଲିଗୁଡ଼ା ୩୧/୫ (ଜିଲ୍ଲା ଖବର) : ଘରୋଇ ମୋଟର କର୍ମଚାରୀ ସଂଘ ବାଲିଗୁଡା ଠାରେ ଶ୍ରୀ ଅଖିଳ କୁମାର ବିଶ୍ୱାଳ ସଭାପତି ଓ ଡ୍ରାଇଭର ମାନଙ୍କ ର ଉପସ୍ଥିତି ରେ 29.05 ତାରିଖ ଦିନ ଏକ ଜରୁରୀ କାଳୀନ ବୈଠକ କରାଯାଇଥିଲା | ଉକ୍ତ ବୈଠକରେ ମହାମାରୀ କରୋନା ଭାଇରସ ଲାଗି ରହିଥିଲା ବେଳେ ଡ୍ରାଇଭର ମାନଙ୍କ ଜୀବନ ବୀମା ଉପରେ ଆଲୋଚନା କରାଯାଇଥିଲା ଆଜକୁ ତିନି ମାସ ହେଲା ଡ୍ରାଇଭ ମାନେ ଭୋକ ଉପାସରେ ପରିବାର ସହିତ ରହୁଥିଲେ ମଧ୍ୟ ସେମାନ ଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ମିଳିନଥିଲା ସରକାର ଙ୍କୁ ଅନୁରୋଧ କରି ଭତା ପ୍ରଦାନ କରିବା ଉପରେ ଆଲୋଚନା କରାଯାଇ ଥିଲା | ଏହି ମହାମାରୀ ସମୟରେ ଘରୋଇ ବସ ଚାଳକ ଗାଡି ଚଳାଉ ଚଳାଉ କରୋନା ଭାଇରସ ରେ ଆକ୍ରାନ୍ତ ହେଲେ ଗାଡି ମାଲିକମାନେ ତାଙ୍କ ଘର ପରିବାର କଥା ବୁଝିବା ପାଇଁ ନିଷ୍ପତି ନିଆଗଲା | ଯଦି ଗାଡି ମାଲିକ ଚାଳକର ପରିବାର ଭରଣ ପୋଷଣ କଥା ନ ବୁଝନ୍ତି ତେବେ ସରକାର ଦାୟୀ ରହିବେ କି? ବାଲିଗୁଡା ଠାରେ ଏପରି ନିଷ୍ପତି ରେ ଅଟଳ ରହିଛନ୍ତି ଘରୋଇ ମୋଟର କର୍ମଚାରୀ ସଂଘ | ଉକ୍ତ ବୈଠକ ରେ ଫୁଲବାଣୀ, ଟିକାବାଲି, ଘୁ. ଉଦୟଗିରି, ରାଇକିଆ, ବାଲିଗୁଡା ର ସଭ୍ୟ ଙ୍କ ଉପସ୍ଥିତି ରେ ଆଲୋଚନା କରି ନିଷ୍ପତି ନିଆଯାଇ ଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।