
ବାଲିଗୁଡ଼ା ୩୧/୫ (ଜିଲ୍ଲା ଖବର) : ମାଲିପଡା ରେ ରହୁଥିବା ଦିନ ନାୟକ ଙ୍କ ସ୍ତ୍ରୀ ଓ ପରିବାର ପୁଅ , ବୋଉ , ନାତି ନାତୁଣୀ କୁ ଧରି ଛତିଶଗଡ଼ ରୁ 20 ତାରିଖ ଦିନ ଆସି ନିଜ ଗ୍ରାମ ତୁମୁଡିବନ୍ଧ ର ମାଲିପଡା ଠାରେ ପହିଞ୍ଚିଥିଲେ | ସେମାନେ ଆସିବା ପରେ ସମସ୍ତଙ୍କୁ ତୁମୁଡିବନ୍ଧ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା | ଦିନ ନାୟକ ଅସୁସ୍ଥତା ଅନୁଭବ କରିବାରୁ 27 ତାରିଖରେ ସନ୍ଧ୍ୟା ୬ଟା ସମୟରେ ସଙ୍ଗରୋଧ କେନ୍ଦ୍ର ଠାରୁ ତୁମୁଡିବନ୍ଧ ମେଡ଼ିକାଲ କୁ ନିଆଯାଇଥିଲା ଓ ସେଠାରୁ 108 ଆମ୍ବୁଲାନ୍ସ ରେ ସାଙ୍ଗେ ସାଙ୍ଗେ ଫୁଲବାଣୀ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଫୁଲବାଣୀ ଠାରୁ 29.05 ତାରିଖ ସନ୍ଧ୍ୟା ବେଳେ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି | ତାଙ୍କର ସ୍ୱାବ ଟେଷ୍ଟ ନେଗେଟିଭ ଥିବା ଜଣାପଡିଛି | ସେମାନେ 30.05. ତାରିଖ ସକାଳେ କିମସ୍ ହସପିଟାଲରେ ପହଞ୍ଚି ଥିଲେ | ଚିକିତ୍ସାଧୀନ ଅବସ୍ଥାରେ 30.05. ତାରିଖ ସକାଳ 11.45 A.M ରେ ଦିନ ନାୟକ କୁ ଡ଼କ୍ଟର ମୃତ ଘୋଷଣା କରିଥିଲେ | ଆମ୍ବୁଲାନ୍ସ ଯୋଗେ ସରକାରଙ୍କ ସାହାଯ୍ୟରେ ମୃତ୍ୟୁ ଶରୀରକୁ ମାଲିପଡା ଗ୍ରାମକୁ ଆଣିବାରବ୍ୟବସ୍ତା କରାଯାଇଛି | ଏପଟେ ପରିବାର ପୁଅ , ବୋଉ , ନାତି ନାତୁଣୀ ସଙ୍ଗରୋଧ କେନ୍ଦ୍ରରେ ଥିବାର ଜଣାଯାଇଛି | କ୍ଷତିପୂରଣ ଦେବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ରମାନ ସେଠ୍ ଓ ବରିଷ୍ଠ ବିଜେପି ନେତା କମଳା ପାଣ୍ଡେ ବରିଷ୍ଠ ନାଗରିକ ଅରୂପ ଜେନା ପୂର୍ବତନ ବାଲିଗୁଡା ବିଧାୟକ କରେନ୍ଦ୍ର ମାଝୀ ପ୍ରମୁଖ ଦାବୀ କରିଛନ୍ତି l
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



