Friday, November 13, 2026
Home ଆଞ୍ଚଳିକ ମୁନିଗୁଡା ସାହିତ୍ୟ ସଂସଦ ତରଫରୁ କବିତା ପାଠ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷକୁ ୧୦ହଜାର ଟଙ୍କାର...

ମୁନିଗୁଡା ସାହିତ୍ୟ ସଂସଦ ତରଫରୁ କବିତା ପାଠ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷକୁ ୧୦ହଜାର ଟଙ୍କାର ଡ୍ରାଫ୍ଟ ପ୍ରଦାନ

24

ରାୟଗଡା ୩୧/୦୫ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମୁନିଗୁଡା ସାହିତ୍ୟ ସଂସଦ ତରଫରୁ ମୁନିଗୁଡାସ୍ଥ ଜିଲ୍ଲା କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା କକ୍ଷ୍ୟରେ କରୋନା ଉପରେ ପର୍ଯ୍ୟବେସିତ ଶତର୍କତାକୁ ନେଇ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ସଦସ୍ୟ ତଥା ସ୍ଥାନୀୟ ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ହୋତା ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ସହ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ସମର୍ପଣ କରାଯାଇଥିଲା। ଆଲୋଚନାରେ ସମାଜସେବୀ
ଡ଼. ଗୌରାଙ୍ଗ ଚରଣ ରାଉତ,
ସୁନାମଧନ୍ୟ ସାହିତ୍ୟିକ ଅକ୍ଷୟ କୁମାର ମଲ୍ଲିକ,ବିଶିଷ୍ଠ ସ୍ତମ୍ବକାର ବିଚିତ୍ର ବିଶ୍ୱାଳ,ମୁନିଗୁଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ଜାଲି, ଜିଲ୍ଲା କୃଷି ଅଧିକାରୀ ହୀରଞ୍ଜନ ମହନ୍ତ , ମୁନିଗୁଡା ବ୍ଲକ ଆକାଉଣ୍ଟ ଅଫିସର ବିଜୟ କୁମାର ବେବର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ସେମାନଙ୍କ ମତ୍ତ ରଖିଥିଲେ।ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲାରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ,ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସରକାରୀ ବେସରକାରୀ ସ୍ତରରେ ଯୋଧ୍ୟା ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ରୋଗ,ଏହାର ନିରାକରଣ,
ସଚେତନତା ଓ ଶତର୍କତା ଉପରେ ଗଭୀରଭାବେ ଆଲୋଚନା ହୋଇଥିଲା।ଏହି ଆଲୋଚନା ଚକ୍ରକୁ ସଭାପତି ଶ୍ରୀ ରାଜକିଶୋର ବେହେରା ପରିଚାଳନା କରିଥିଲେ।ଦୂତୀୟ ପର୍ଯ୍ୟାୟରେ କବିମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ ଆରମ୍ଭ ହୋଇଥିଲା।ଏହାର ସଂଚାଳକ ଭାବେ କବି ସର୍ବଶ୍ରୀ ଅକ୍ଷୟ କୁମାର ରଥ ଓ ଅରୁଣ ସାହୁ ଚମତ୍କାର ଭାବେ ପରିଚାଳନା କରିଥିବା ବେଳେ କବିତାର ସମୀକ୍ଷକ ଭାବେ ସାମ୍ବାଦିକ ମନୋରଞ୍ଜନ ଦଳାଇ ସମସ୍ତ କବି ମାନଙ୍କ କବିତାର ଅନ୍ତର୍ନିହିତ କଥାବସ୍ତୁ ଆଉ କବିତ୍ୱର ଗାରିମା ଉପରେ ସୁନ୍ଦର ବାଖ୍ୟା କରିଥିଲେ।ସମ୍ପାଦକ ଶ୍ରୀ ଉତ୍ତମ ଦାସ ଅତିଥି ପରିଚୟ ସହ ସର୍ବ ବ୍ୟବସ୍ଥାର ସୂତ୍ରଧର ଥିବାବେଳେ ସଭିଙ୍କ ସହଯୋଗ ପାଇଁ କବି ଶମ୍ଭୁ ଭୂଷଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ କବିମାନଙ୍କ ଦ୍ୱାରା ସଂଗୃହିତ ଦଶ ହଜାର ଟଙ୍କାର ଡ୍ରାଫ୍ଟକୁ ଏସଡ଼ିପିଓ ଶ୍ରୀଯୁକ୍ତ ହୋତାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଂକ ନିକଟକୁ କରୋନା ସହାୟତା ରାଶି ଭାବେ ପଠାଯାଇଥିଲା।ସର୍ବଶ୍ରୀ ଗୌରାଙ୍ଗ ରାଉତ,ବିଚିତ୍ର ବିଶ୍ୱାଳ,ଅନନ୍ତ ସାମନ୍ତ,ମନୋରଞ୍ଜନ ଦଳାଇ,ଅକ୍ଷୟ ରଥ,ଅରୁଣ ସାହୁ,ଅଶ୍ୱିନୀ ବାରିକ,ପ୍ରଶାନ୍ତ ସାହୁ,ହୃଷିକେଶ ଜାଲି,ଅକ୍ଷୟ ମଲ୍ଲିକ,କାଳନ୍ଦି ଚରଣ ନାୟକ,ସୁଶ୍ରୀ ସରିତାରାଣୀ ନାୟକ,ସାଲେବନ କରକରିଆ,
ହୀରଞ୍ଜନ ମହନ୍ତ,ଶ୍ରୀମତୀ ନିର୍ମଳା ମଲ୍ଲିକ,ପଦ୍ମ ଚରଣ ମହାପାତ୍ର,ଧନୁ କୁସୁଲୁଆ,ପ୍ରମୋଦ ସାହୁକାର,
ରମାକାନ୍ତ ଜେନା,କବିରାଜ ପ୍ରଦୀପ ସାହୁ ଓ କମ୍ଭୁ ଭୂଷଣ ସିଂହ ପ୍ରମୁଖ କବି ଓ କବୟତ୍ରୀମାନ ସ୍ୱରଚିତ କବିତା ଗାନ କରିଥିଲେ।ସାମାଜିକ ଦୁରତା ମଧ୍ୟରେ ସମସ୍ତ ସାହିତ୍ୟ କାର୍ଯ୍ୟକ୍ରମ ସମାପ୍ତ ହେବା ସହ ମୁନିଗୁଡା ସାହିତ୍ୟ ସଂସଦ ତରଫରୁ କବିମାନଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା କରାଯାଇଥିଲା।
ରିପୋର୍ଟ ସନାତନ ନାୟକ