
ଜଗନ୍ନାଥ ପ୍ରସାଦ ୩୧/୫ ( ଜିଲ୍ଲା ଖବର) : କନ୍ଧମାଳ ଲୋକସଭା ସାଂସଦ ଙ୍କ ପ୍ରତିନିଧି ବିପ୍ରଚରଣ ବାରିକ ଙ୍କ ନେତୃତ୍ୱ ଓ ସଂଚାଳନ ରେ
ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ
ବି.ଡି.ପୁର ଗ୍ରାମ ପଂଚାୟତ ଠାରୁ ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସଙ୍ଗରୋଧ ଗୃହ ରେ ଥିବା ଅନ୍ତଃବାସୀ ,ଶିକ୍ଷକ, ମହିଳା ସଂଘ ର ସଦସ୍ୟା, ଅଙ୍ଗନବାଡି,ସ୍ୱାସ୍ଥ୍ୟ କର୍ମୀ, ଗ୍ରାମ ପଂଚାୟତ ସହ ସହ ଜନସାଧାରଣଙ୍କୁ ନେଇ ସାମାଜିକ ଦୂରତା ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସନ୍ଧ୍ୟା ୦୫.୩୦ ରେ ଓଡ଼ିଶାର କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ଗର୍ବର ସହ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଛି ଓଡ଼ିଆ ଜାତୀୟତା, ଓଡ଼ିଆ ସ୍ୱାଭିମାନର ପରିଚୟ। ସମସ୍ତଙ୍କ ସହଯୋଗରେ କରୋନାର ସଫଳ ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ସାଜିଛି ତୃଣମୂଳ ସ୍ତରରୁ କୋଭିଡ଼-୧୯ର ଦୃଢ଼ ମୁକାବିଲା ନିମନ୍ତେ ସଦା ସର୍ବଦା କାର୍ଯ୍ୟରତ ନିସ୍ୱାର୍ଥପର କୋଭିଡ ଯୋଦ୍ଧାଙ୍କର ପାରଦର୍ଶିତାକୁ ସମ୍ମାନ ଜଣାଇବା ସହ । ଏହା ପଛରେ ଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ମଧ୍ୟ ସମ୍ମାନ ଜଣାଇଛନ୍ତି।ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ,ସମିତିସଭ୍ୟ ଅମୀରକୁମାର ସ୍ୱାଇଁ, ସନ୍ତୋଷ ସ୍ୱାଇଁ,ପ୍ରଦୀପ କୁମାର ବିଶୋଇ,ଗୀତାଞ୍ଜଳି ରଥ,ରାଜଲଷ୍ମୀ ତ୍ରିପାଠୀ, ପ୍ରତିମା ଜେନା,ରଶ୍ମିତା ବିଶ୍ୱାଳ,ଲଷ୍ମୀ ସ୍ୱାଇଁ,ରଶ୍ମିତା ମଲ୍ଲିକ,କିରଣକୁମାର ରଥ, ବନିତା ବିଶ୍ୱାଳ,ପ୍ରଭାତ କୁମାର ବାରିକ,ଶିଶିର ସାହୁ,ନାରାୟଣ ପାତ୍ର, ସମେତେ ବହୁ ବୁଦ୍ଧିଜୀବୀ, ଜନସାଧାରଣ, ବନ୍ଦେ ଉତ୍କଳ ଜନନୀ,,, ଗାନ କରି କୋରନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣେଇ ଥିଲେ।
ରିପୋର୍ଟ ନିରାକାର ସାହୁ



