Friday, November 13, 2026
Home ଆଞ୍ଚଳିକ ଖଵର ନଥାଇ ବେଲଗୁଣ୍ଠା ବ୍ଲକରେ ଲାଗିଲା ଦଶ ବସ .ରାତିସାରା ପୋଲିସ ଓ ପ୍ରଶାସନ ନାକେଦମ

ଖଵର ନଥାଇ ବେଲଗୁଣ୍ଠା ବ୍ଲକରେ ଲାଗିଲା ଦଶ ବସ .ରାତିସାରା ପୋଲିସ ଓ ପ୍ରଶାସନ ନାକେଦମ

116

ବେଲଗୁଣ୍ଠା ୩୦/୫ (ଜିଲ୍ଲା ଖବର) : ସଂଗରୋଧ କେନ୍ଦ୍ର ଗୁଡିକରେ ପ୍ରବାସୀଙ୍କ ନିୟନ୍ତ୍ରଣ କରିବା କଷ୍ଟକର ପରିସ୍ତିତି ସୃଷ୍ଟି ହୋଇଛି .ପହଁଚିବାର ୧୫ ଘଣ୍ଟାରୁ ଊର୍ଧ୍ଵ ସମୟ ବିତି ଜାଇଠିଲେ ମଧ୍ୟ ଖାଇବାକୁ ନ ପାଇବାରୁ ପ୍ରବାସୀ ମାନେ ଉତ୍ୟକ୍ତ ହୋଇ ସରକାରୀ ସମ୍ପତି ଭଂଗାରୂଜା କରିବା ସହ ନୁଁଆ ତନରଦା ୟୁ ପୀ ସ୍କୁଲ ଠାରେ ଅପ୍ରୀତିକର ପରିସ୍ତିତି ସ୍ରୁଷ୍ଟୀ ହୋଇଛି .ପରେ ଗ୍ରାମର କିଛି ସହ୍ରୂଦୟ ବ୍ଯକ୍ତି ପ୍ରବାସୀ ମାନଂକୁ ପାଣି ଓ ବିସ୍କୁଟ ଖାଇବାକୁ ଦେଇଥିଲେ .ଦିନ ତିନିଟା ପର୍ଜ୍ୟନ୍ତ ଏହିଭଳି ପରିସ୍ତିତି ଲାଗି ରହିଥିଲା .ତନରଡା ପଂଚାୟତର ଖଜୁରୀପଲ୍ଲୀ ଓ ଠେଙ୍ଗାଧରା ସ୍କୁଲରେ ମଧ୍ୟ ଅନ୍ତେବାସୀ ମାନେ ଦିନ ଚାରିଟା ପର୍ଜ୍ୟନ୍ତ ଖାଇବାକୁ ନପାଇ ହୋହାଲ୍ଲା କରିଥିଲେ .ପରେ ସନ୍ଧ୍ୟା ପାଂଚଟାରେ ବିଡିଓ ଓ ତହସିଲଦାର ଘଟଣା ଷ୍ଟଳରେ ପହଞ୍ଛି ବୁଝାସୁଝା କରିଥିଲେ .ତନରଡା ପଂଚାୟତର ପ୍ରାୟ ଅଧିକାଂଶ ସେଂଟରରେ ଏହି ପରିସ୍ତିତି ଲାଗି ରହିଛି .
କାଲି ରାତିରେ ବେଲଗୁଣ୍ଠା ବ୍ଲ୉କକୁ ଖବର ନଥାଇ ଦଶଟି ଗାଡିରେ ପ୍ରବାସୀ ପହଂଚିଥିଲେ .କିନ୍ତୁ ବ୍ଲ୉କର କୌଣସି ସେଣ୍ଟେରରେ ଜାଗା ନଥିବା ଦର୍ଶାଇ ବସ ଗୁଡିକୁ ଭଂଜନଗର ବ୍ଲ୉କକୁ ପଠାଜାଇଥୀ ଲା .ଭଂଜନଗର ବ୍ଲ୉କ କତ୍ରୂପଖ୍ଯ ମାତ୍ର ତିନିଟି ବସକୁ ରଖି ଅବଶିଷ୍ଟ ସାତଟି ବସକୁ ବେଲଗୁଣ୍ଠା ପଠାଇଦେଇଥିଲେ .ପ୍ରବାସୀମାନେ ଖାଇବାକୁ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ .ଦିନ ଗୋଟାଏ ପର୍ଜ୍ୟନ୍ତ ପ୍ରବାସୀ ମାନେ ସଂଗରୋଧ କେନ୍ଦ୍ରକୁ ନ ଜାଇପାରୀ ଏଣେତେଣେ ବୁଲୁଥିବାର ଦେଖାଜାଇଠିଲା .ପ୍ରକାଶ ଥାଉକି ଶୁକ୍ରବାର ଦିନ ତନରଡା ପଂଚାୟତ ବାଣତୂମ୍ବୂ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଖାଦ୍ୟ ଦିଆଯାଉଥିବା ବେଳେ ସରପଂଚ ଓ ବିପକ୍ଷ ଗୋଷ୍ଟିର କିଛି ଜୁବକ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇ ମୁହାଁ ମୁଁହିଁ ପରିସ୍ତିତି ସ୍ରୁଷ୍ଟୀ ହୋଇଥିଲା .ଗ୍ରାମ ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ବେଲଗୁଣ୍ଠା ପୋଲୀସ ପହଁଚିବାରୁ ଉଭୟ ଗୋଷ୍ଟି ଛତ୍ରଭଙ୍ଗ ଦେଇଥିଲେ .ଉଭୟ ଗୋଷ୍ଟିର ଚାରିଜଣ ସାମାନ୍ୟ ଆହାତ ହୋଇଥିଲେ .ତନରଡା ସରପଂଚ ଅନିଲ କୁମାର ପାଠୀ ଗଣ୍ଡଗୋଳ କାରୀଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ .ସରପଂଚଙ୍କ ଦ୍ଵାରା ସଂଗରୋଧ କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ଓ ଠିକ ସମୟରେ ଦିଆଜାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି .ପ୍ରତିରୋଧ କଲେ ନାନା ଧମକ ଚମକ ଦିଆ ଯାଉଥିବାର ଅଭିଯୋଗ କରିଛନ୍ତି

ରିପୋର୍ଟ ଶିବରାମ ଚୌଧୁରୀ ଓଡ଼ିଶା