
ବାଲିଗୁଡ଼ା ୩୦/୫ (ଜିଲ୍ଲା ଖବର) : ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି ।ଏହି ସଂକ୍ରମଣକୁ ରୋକିବା ପାଇଁ କୋଭିଡ଼ ୧୯ ର ମୁକାବିଲା ପାଇଁ ଆଗଧାଡିର ଯୋଦ୍ଧା ଭାବେ କନ୍ଧମାଳ ଜ଼ିଲ୍ଲା ରେ ଆୟୁଷ ଡାକ୍ତର ମାନେ ସବୁଠୁ ଆଗରେ ରହି ଜୀବନ କୁ ପାଣିଛଡ଼ାଇ ରୋଗୀଙ୍କ ସେବାରେ ସବୁ ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର ମାନେ କୋରାନାକୁ ପ୍ରତିହତ କରବା ପାଇଁ ଦିନ ରାତି ଲାଗିପଡିଛନ୍ତି କିନ୍ତୁ ସମାନ କାମକୁ ଡାକ୍ତର ସମାନ ସୁବିଧା ମିଳିପାରୁ ନାହିଁ | ଆୟୁଷ ଡାକ୍ତର ସଂଘର ସଭାପତି ଡ଼ଃ ସ୍ନେହାଶିଶ ଗିରିଙ୍କ ସମେତ ଜ଼ିଲ୍ଲାର ସମସ୍ତ ଡାକ୍ତର ଅଗ୍ରୀମ ଡାକ୍ତରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରଛନ୍ତି ଓ ସମାନ କାମକୁ ସମାନ ଦରମା ଦେବାକୁ ନିବେଦନ କରିଛନ୍ତି ଏନେଇ ଡାକ୍ତର ସଂଘ ଜ଼ିଲ୍ଲା ପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବୀପତ୍ର ଦେଇଛନ୍ତି lକିନ୍ତୁ ସୁରକ୍ଷା ବୀମା ସହିତ ଚାରିମାସର ଆଗୁଆ ଦରମା ଦିଆଯାଇ ନାହିଁ ଫଳରେ ଡାକ୍ତରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



