
ବାଲିଗୁଡ଼ା ୩୦/୫ (ଜିଲ୍ଲା ଖବର) : ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଞ୍ଚ ମିନିଟ୍ ପାଇଁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଛନ୍ତି କନ୍ଧମାଳ ବାଶି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ ରେ ବାଲିଗୁଡା
କମ୍ପିଉଠିଥିଲା । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଛନ୍ତି ଅଞ୍ଚଳବାସୀ ।
ବାଲିଗୁଡ଼ା ମେଡିକାଲ୍ ଛକ ନିକଟରେ ଅଟୋ ମହାସଂଘ ଓ ହେଲ୍ପ ଗୃପ୍ ପକ୍ଷରୁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ ବାଲିଗୁଡ଼ା ସବଡ଼ିଭିଜନ ର ସମସ୍ତ କାର୍ଯ୍ୟାଳୟ ଠାରେ ଓ ପ୍ରତେକ ପ୍ରଂଚାୟତ ଅଫିସ ଠାରେ, ବିଜେଡ଼ି ଅଫିସ ଠାରେ, ବାଲିଗୁଡା ପୋଲିସ୍ ମଧ୍ୟ ଥାନା ପରିସରରେ ପାଞ୍ଚ ମିନିଟ୍ ପାଇଁ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଛନ୍ତି ସମସ୍ତ ଅଫିସର ଓ କର୍ମଚାରୀ ବୃନ୍ଦ । ଏହି ଯୋଦ୍ଧା ମାନେ ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରୁଥିବାରୁ ରାଜ୍ୟବାସୀ ଆଜି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



