Tuesday, October 13, 2026
Home ଆଞ୍ଚଳିକ କାର୍ ବାଇକ୍ ମୁହାଁମୁହିଁ ଧକ୍କା ।

କାର୍ ବାଇକ୍ ମୁହାଁମୁହିଁ ଧକ୍କା ।

124

ବାଲିଗୁଡା-30/05-କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ନିକଟରେ ଥିବା ବିଶିପଡା ଗାଁ ର ବୁଲାଣି ଠାରେ ବାଲିଗୁଡା ଆଡୁ ଏକ କାର ଦ୍ରୁତଗତିରେ ଆସି ବାଇକ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେବାଫଳରେ ବାଇକରେ ଯାଉଥିବା ଦୁଇଭାଇଙ୍କର ମୃତ୍ୟୁ ଘଟିଛି । ଏହି ଦୁଇଭାଇ ଫୁଲବାଣୀ ଆସି ନୂଆ ମୋବାଇଲ କିଣି ଜଳଖିଆ ଖାଇ ନିଜ ଗାଁକୁ ଫେରୁଥିବା ବେଳେ ସଦର ଥାନା ନିକଟରେ ଦିନ ବାରଟା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ। ମୃତକ ହେଲେ ଗୋଚ୍ଛାପଡା ଅଲିଗଡ଼ ଗାଁ ର ନରେଶ ବଗାର ଓ ପ୍ରଦୀପ ବଗାର । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାରକରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇ ଥିବା କାର ନଂ OD 14A 8897 ବୋଲି ଜଣା ପଡିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ