
ବାଲିଗୁଡା-30/05- କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନେଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁରୁବାର ରାତିରେ ବୃଦ୍ଧା ଦମ୍ପତି ଖାଇ ପିଇ ଶୋଇପଡିଥିଲେ ଅନ୍ଧାର ରାତିରେ କାଳବୈଶାଖୀର ପବନ ଓ ବର୍ଷା ର ତାଣ୍ଡବରେ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ଉପରେ ଏକ ବଡଗଛ ଉପୁଡି ଘର ଉପରେ ପଡିଯାଇଥିଲା ଫଳରେ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି, କୃଷ୍ଣଙ୍କ ସ୍ତ୍ରୀ ଗୁଣ୍ଡୁରୀ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗି ଥିବାର ଜଣାପଡିଛି l ଘଟଣl ସ୍ଥଳରୁ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ, ଖବର ପାଇ ଦମକଳ ବାହିନୀ ଆସି ଘରୁ ଗଛ ବାହାର କରିଥିଲେ। କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଘରର କ୍ଷୟକ୍ଷତି ର ହିସାବ ଆକଳନ କରି ନୂଆଗାଁ ତହସିଲଦାର ସହାୟତା ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଅଛି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



