Friday, November 13, 2026
Home ଆଞ୍ଚଳିକ କରୋନା ମୁକାବିଲା ପାଇଁ ଘରେ ଘରେ ଗାୟତ୍ରୀ ମହାଯଜ୍ଞ

କରୋନା ମୁକାବିଲା ପାଇଁ ଘରେ ଘରେ ଗାୟତ୍ରୀ ମହାଯଜ୍ଞ

206

ଭୁବନେଶ୍ୱର, ୨୯/୫ (ଜିଲ୍ଲା ଖବର) : ବିଶ୍ୱ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ସମସ୍ତ ସାଧକମାନେ ଆଗାମୀ ୩୧ ମଇ ରବିବାର ଦିନ ସ୍ବଗୃହରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ବିଶ୍ୱର ଶତାଧିକ ଦେଶରେ ବ୍ୟାପ୍ତ ୧୫ କୋଟିରୁ ଅଧିକ ସାଧକ ଏହିଦିନ ଗାୟତ୍ରୀ ମହାମନ୍ତ୍ର ତଥା ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ ପୂର୍ବକ ଆୟୁର୍ବେଦୀୟ ଔଷଧୀଯୁକ୍ତ ହବନ ସାମଗ୍ରୀର ଆହୁତି ପ୍ରଦାନ କରିବେ । ଏହା ସହିତ ଅନ୍ୟ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିଜ ନିଜର ଗୃହରେ ରହି ଏହି ଅନୁଷ୍ଠାନ କରିବା ପାଇଁ ପ୍ରେରିତ କରିବାକୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଜ୍ଞ ଦ୍ବାରା ବାତାବରଣ ଶୁଦ୍ଧ ହେବା ସହ ଏଥିରେ ଅନେକ ରୋଗ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ପ୍ରକୃତି ସୁଗନ୍ଧମୟ, ଶାନ୍ତ ଓ ଆଧ୍ୟାତ୍ମିକ ହୁଏ । ବୈଦିକ ରୀତିରେ ଅନୁଷ୍ଠିତ ଯଜ୍ଞଦ୍ୱାରା ମହାମାରୀର ପ୍ରକୋପ ହ୍ରାସ ହୁଏ ଏବଂ ଏହା ସମଗ୍ର ବାତାବରଣ ପାଇଁ ଏକ ସାନିଟାଇଜର୍ ରୂପେ କାର୍ଯ୍ୟ କରେ । ସୁଚାରୁ ରୂପେ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଅନ୍ ଲାଇନରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି ।