Monday, October 12, 2026
Home ଆଞ୍ଚଳିକ ସଂଘରୋଧ କେନ୍ଦ୍ରରୁ ଖୁସିରେ ଘରକୁ ଫେରିଲେ ପ୍ରବାସୀ।

ସଂଘରୋଧ କେନ୍ଦ୍ରରୁ ଖୁସିରେ ଘରକୁ ଫେରିଲେ ପ୍ରବାସୀ।

51

ବାଲିଗୁଡା-29/05- କରୋନା ଭୂତାଣୁର ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଲକଡାଉନ ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଆସିଲେ ୧୪ ଦିନ ସଂଘରୋଧ ଗୃହରେ ରହିବା କୁ ସରକାର ଆଦେଶ ଦେଇଥିଲେ। ତାମିଲନାଡୁରୁ ଆସିଥିବା ୩୦ ଜଣ ପ୍ରବାସୀ ଓଡିଆ ବାଲିଗୁଡା ବ୍ଲକର ପରମପଙ୍ଗା ପଞ୍ଚାୟତ ଠାରେ ଥିବା ସଂଘରୋଧ ଗୃହରେ ଆଜିକୁ ୧୪ଦିନ ରହିଥିଲେ। ସେମାନଙ୍କୁ ସବୁବେଳେ ସକାଳେ ଜଳଖିଆ ଓ ମଧ୍ୟାହ୍ନ ଭୋଜନ,ରାତ୍ରଭୋଜନ ଦିଆଯାଉଥିଲା। ଆଜି ସେମାନଙ୍କର ୧୪ ଦିନ ସମାପ୍ତ ହେଉଥିବାରୁ ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବର ତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁ,ସରପଞ୍ଚ,ନୋଡାଲ ଅଫିସରଙ୍କୁ ପ୍ରବାସୀମାନେ ଧନ୍ୟବାଦ ଜଣାଇଥିଲେ। ପ୍ରବାସୀ ଓଡିଆଙ୍କ କହିବାନୁସାରେ ଆମ୍ଭେ ଖୁସିରେ ଘରକୁ ଯାଉଛୁ ସାତ ଦିନ ଅଲଗା ରହିବୁ ତାପରେ ସମାଜ ସହ ମିଶିବୁ ଏହି ୩୦ ଜଣ ପ୍ରବାସୀଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା, ଟିକାବାଲି, ଚକାପାଦର ବୋଲି ମତ ପ୍ରକାଶ କରିଥିଲେ। ବାଲିଗୁଡ଼ା ବିଡ଼ିଓ ବାଲିଗୁଡ଼ା ବ୍ଳକର ପରମପଙ୍ଗା ପଞ୍ଚାୟତ ଠାରେ ଥିବା ସଂଘ ରୋଧ ଗୃହରେ ଆଜକୁ ୧୪ ଦିନ ରହିବା ପରେ ଜିଲ୍ଲାପାଳ ଡକ୍ଟର-ବୃନ୍ଦାଡିଙ୍କର ଆଦେଶ ଓ ପରାମପାଙ୍ଗା ସରପଞ୍ଚଙ୍କ ଅନୁମତିରେ ପ୍ରବାସୀ ଓଡିଆ ଆଜି ନିଜ ନିଜ ର ଗୃହ କୁ ଖୁସିରେ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ