
ବାଲିଗୁଡା-29/05 ବାଲିଗୁଡ଼ାଠାରେ ଗତବର୍ଷ ଧୁମଧାମ ରେ ବିରୁପାକ୍ଷ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସାରା ଦେଶ ରେ କରୋନା ଲାଗିରହିଥିଲା ବେଳେ ବିରୁପାକ୍ଷ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ସାମାଜିକ ଦୂରତା ବଜାୟ ରଖି ପାଳନ କରାଯାଇଛି। ଗତଥର ଭଳି ଏଥର ମଧ୍ୟ କନ୍ୟା ଘର ପରିବର୍ତ୍ତନ କରାଯାଇଥିଲା। ଏହି ବର୍ଷ କନିଆ ଘର ପ୍ରମୋଦ କୁମାର ସାହୁ ଓ ବର ଘର ସବୁବର୍ଷ ଭଳି ଶ୍ୟାମ ସୁନ୍ଦର ପାତ୍ର ହୋଇଥିଲେ। ଏହି କାର୍ଯ୍ୟ ମନ୍ଦିର ମଣ୍ଡପରେ ରୀତି ନୀତି ଅନୁଯାୟୀ ବାହାଘର ସମାପନ ହୋଇଥିଲା।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ




