
ବାଲିଗୁଡା-29/05- ସାରାଦେଶରେ କରୋନା ମହାମାରୀ ଲାଗିରହିଥିଲା ବେଳେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଆଖିଆଗରେ ରଖି କନ୍ଧମାଳ ପୋଲିସ ମଧ୍ୟ ସଜାଗ ରହିଛି । ଆଜିକୁ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଶ୍ରୀ ମନୋଜ କୁମାର ପୂଜାରୀ ଡିଏସ ପି ଓ ବାଲିଗୁଡା ଥାନା ଅଧିକାରୀ ବାଲିଗୁଡା ଆଦର୍ଶ ବିଦ୍ୟାଳୟ ନିକଟରେ ପୋଲିସ ଗାଡି ଚେକିଂ କରୁଥିଲା ବେଳେ ଆରୋହୀ ଜଣକ ପୋଲିସ ବାହିନୀ କୁ ଦେଖି ଘଟଣାସ୍ଥଳ ରୁ ପଳେଇବା ନିମନ୍ତେ ଚେଷ୍ଟା କରୁଥିଲା କିନ୍ତୁ ବାଇକ୍ ଟିକୁ ନିୟନ୍ତ୍ରଣ କରିନପାରିବାରୁ ଗାଡ଼ିଟି ଖସିକି ପଡ଼ିଗଲା। ପଡ଼ିବା ସତ୍ତ୍ଵେ ମଧ୍ୟ ସେ ଦୌଡିକି ପଳେଇବା କୁ ଚେଷ୍ଟା କରୁଥିଲା ବେଳେ ପୋଲିସ ଷ୍ଟାଫ୍ ତାକୁ କାବୁ କରିନେଲେ ସେହି ଗାଡିରୁ 12 କେ.ଜି 300 ଗ୍ରାମ ଗଞ୍ଜେଇ ଜବତ ହୋଇଛି। ପଚରା ଉଚୁରା କରିବାରୁ ସେ ତାର ନାମ ଯଶବନ୍ତ ବିରା,ଗ୍ରାମ- ଗୁମିଗୁଡା ପିଏସ-ଅଡଭା ଜିଲ୍ଲା ଗଜପତି ବୋଲି ସ୍ବୀକାର କରିଛି। ଘଟଣା ସ୍ଥଳରେ ତା ପାଖରୁ ଗୋଟିଏ ଏଟିଏମ କାର୍ଡ ଓ ନଗଦ ୧୦,୫୦୦ଟଙ୍କା ଜବତ କରାଯାଇଛି। ଗାଡି କୁ ଜବତ କରି କେଶ ନମ୍ବର 104/20 ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହି ମୋଟରସାଇକଲ ର ନମ୍ବର OD 05 W 1527 ଥିବା ର ଜଣା ଯାଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



