Thursday, October 15, 2026
Home ଆଞ୍ଚଳିକ ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଅମୃତ କଳସ ବଣ୍ଟନ।

ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଅମୃତ କଳସ ବଣ୍ଟନ।

52

ବାଲିଗୁଡା-29/05-ଓଡିଶା ରାଜ୍ୟ ଶ୍ରୀ ସତ୍ୟସାଇ ସଂଗଠନର ଉପଦେଶ କ୍ରମେ ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଦଶ ଗୋଟି ଅମୃତ କଳସ ଅଭାବ ଅନାଟନ ରେ ସଢୁଥିବା ଦଶ ଜଣ ବ୍ୟକ୍ତିଙ୍କୁ ଦିଆଯାଇଥିଲା।ସେ ନିଜେ ଓ ତାଙ୍କର ପରିବାର ର ଭରଣ ପୋଷଣ ପାଇଁ ବ୍ୟବହାର କରିବା ସକାଶେ ଦଶ ଗୋଟି ଅମୃତ କଳସ ଜଣକୁ ଗୋଟିଏ ଲେଖାଏଁ ଏପରି ଦଶ ଜଣ ବ୍ୟକ୍ତିଙ୍କୁ ସେବା ସମିତି ର ସକ୍ରିୟ ସେବକଙ୍କ ଦ୍ୱାରା ଆଜି ବଣ୍ଟନ କରାଯାଇ ଥିଲା। ସେଥିମଧ୍ୟ ରୁ ଆଠ ଗୋଟି ଅମୃତ କଳସ ବାଲିଗୁଡା ର ବିଭିନ୍ନ ସାହି ରେ ଥିବା ଅଭାବ ଓ ଅନାଟନ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଇ ଥିଲା। ଏବଂ ଆଉ ଦୁଇ ଗୋଟି ଅମୃତ କଳସ ସେବା ସମିତି ର ପୋଷ୍ୟ ଗ୍ରାମ ବିରାଗୁଡା ରେ ଦୁଇଟି ପରିବାରକୁ ଦିଆଯାଇଥିଲା।ସେହି ଅମୃତ କଳସ ପ୍ୟାକେଟ ଭିତରେ ସୁଜି,ଆଳୁ,ପିଆଜ,ଚୁଡା,ଚିନି,ଗୁଡ, ସାବୁନ,ଖାଇବା ତେଲ, ଲଗାଇବାତେଲ ଇତ୍ୟାଦି ଦେଖିବାକୁ ମିଳିଥିଲା । ଶେଷରେ ମାକ୍ସ ବଣ୍ଟନ କରି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ