Tuesday, October 13, 2026
Home ଆଞ୍ଚଳିକ ଅଟୋ ସହ ବାଇକ୍ ଧକ୍କା

ଅଟୋ ସହ ବାଇକ୍ ଧକ୍କା

32

ବାଲିଗୁଡା -29/05- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ତୁମୁଡ଼ିବନ୍ଧ ଜାତୀୟ ରାଜପଥ ଏନଏଚ 59 ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଦୀନବନ୍ଧୁ ପାତ୍ର ଜଲେଶପଟା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଭାଇ ଘରକୁ ଯିବାସମୟରେ ଏକ ଅଟୋ ନମ୍ବର ଓ.ଡି ୧୨ ସି ୬୯୫୭ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ତୁମୁଡ଼ିବନ୍ଧ ବ୍ଲକ ଡ଼ଡ଼ଙ୍ଗ ଗ୍ରାମରେ ଘଟିଯାଇଛି। ମୃତବ୍ୟକ୍ତିଙ୍କର ଘର ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଓଆଇସି ପହଞ୍ଚି ଶବକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇଥିଲେ। ଏହା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ