Thursday, October 15, 2026
Home ଅପରାଧ ବାଇକ ସହ ଅଟୋ ମୁହାଁମୁହିଁ ଧକ୍କା:ବାଇକ ଚାଳକଙ୍କ ମୃତ୍ୟୁ

ବାଇକ ସହ ଅଟୋ ମୁହାଁମୁହିଁ ଧକ୍କା:ବାଇକ ଚାଳକଙ୍କ ମୃତ୍ୟୁ

155

ବାଲିଗୁଡା,୨୮-୦୫(ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ତୁମୁଡ଼ିବନ୍ଧ ଜାତୀୟ ରାଜପଥ ଏନଏଚ 59 ରେ ଏକ ମର୍ମାଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି | ଦୀନବନ୍ଧୁ ପାତ୍ର ଜଲେଶପଟା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଭାଇ ଘରକୁ ଯିବାସମୟରେ ଏକ ଅଟୋ ନମ୍ବର ଓ.ଡି ୧୨ ସି ୬୯୫୭ ସହ ଧକ୍କା ଦେଇଥିଲା  ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ଏହି ଦୁର୍ଘଟଣା ତୁମୁଡ଼ିବନ୍ଧ ବ୍ଲକ ଡ଼ଡ଼ଙ୍ଗ ଗ୍ରାମରେ ଘଟିଯାଇଛି | ମୃତବ୍ୟକ୍ତି ଙ୍କର ଘର  ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମର ବୋଲି ଜଣାପଡ଼ିଛି ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଓଆଇସି ପହଞ୍ଚି ଶବକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇଥିଲେ | ଏହା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ