Wednesday, July 29, 2026
Home ଆଞ୍ଚଳିକ ବାଲିଗୁଡାରେ ଗଡ଼ିଲା ବସ

ବାଲିଗୁଡାରେ ଗଡ଼ିଲା ବସ

205

ବାଲିଗୁଡା,୨୮-୦୫(ଜ଼ିଲ୍ଲା ଖବର): ସାରା ଦେଶରେ କରୋନା ମହାମାରୀ ଲାଗିରହିଥିଲା ବେଳେ ସରକାର ପ୍ରାଇଭେଟ ବସ ଚଳାଇବା ପାଇଁ ଅନୁମତି ଦେଇଛନ୍ତି ଓ ବସର ସିଟ ଅନୁସାରେ ଯାତ୍ରୀ ମାନଙ୍କୁ ନେବା ଆଣିବା କୁ କହିଛନ୍ତି | ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଆଜି ବାଲିଗୁଡା ରେ ଦେଖିବାକୁ ମିଳିଛି ପ୍ରଥମ ଥର ବସ ଚାଲିବାର ଦୃଶ୍ୟ | ମା ଦକ୍ଷିଣକାଳୀ ବସ ବାଲିଗୁଡା ଠାରୁ ଦିନ 1.30 ସମୟରେ ଭାୟା ତୁମୁଡିବନ୍ଧ ଦେଇ ଭବାନୀପାଟଣା ଅଭିମୁଖେ ଯାତ୍ରାରମ୍ଭ କରିଛି | ଏହି ବସ ରେ କମ ସଂଖ୍ୟକ ଯାତ୍ରୀ ଥିବାର ପରିଲକ୍ଷିତ ହୋଇଥିଲା |ବସକୁ ସାନିଟାଇଜ କରିଥିଲେ, ହାତ କୁ ସାନିଟାଇଜ ହାଣ୍ଡୱାସ ରେ କରିଥିଲେ, ଓ ମାସ ଭିଡ଼ିଥିଲେ ଗାଡିର କର୍ମଚାରୀ ଓ ଯାତ୍ରୀ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା | ବାଲିଗୁଡା ଠାରୁ ବସ ଛାଡିବା ସମୟରେ ବସଷ୍ଟାଣ୍ଡ ଚଳ ଚଂଚଳ ହୋଇଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ