
ବାଲିଗୁଡା,୨୮-୦୫(ଜ଼ିଲ୍ଲା ଖବର): ମହାମାରୀ କରୋନାକୁ ନେଇ ସାରା ଦେଶ ଚିନ୍ତିତ ଥିଲା ବେଳେ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ପାଣି, ବିଜୁଳି,ଖାଦ୍ୟ, ବାସସ୍ଥଳୀ ଏହି ଉପରେ ଗୁରୁତ୍ୱ ଦିଆଯାଇଛି | ଏଥିରେ ବାଲିଗୁଡାର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲିଗୁଡ଼ା ଅଞ୍ଚଳରେ ଲୋ ଭୋଲଟେଜ୍ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଦିନକୁଦିନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋ ଭୋଲଟେଜ୍ ଯୋଗୁଁ ଘରେ ଫ୍ୟାନ୍ ଚାଲୁନାହିଁ । ଲୋକେ ଗରମରେ ସିଝୁଛନ୍ତି ।
ଅନ୍ୟପଟେ ଲୋ ଭୋଲଟେଜ୍ ଯୋଗୁଁ ସହରରେ ଜଳ ଯୋଗାଣ ମଧ୍ୟ ହୋଇପାରୁନାହିଁ । ଆଜକୁ 4 ଦିନ ବିତିଗଲାଣି ସହରବାସୀ ପାନୀୟ ଜଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ପମ୍ପ ଅପରେଟରଙ୍କ କହିବା ଅନୁଯାୟୀ ଲୋ ଭୋଲଟେଜ୍ ଯୋଗୁଁ ମୋଟର ଚାଲିପାରୁନାହିଁ ଯାହାଫଳରେ ସହରବାସୀଙ୍କୁ ଜଳ ଯୋଗାଇବା ସମ୍ଭବ ସୋଇପାରୁନାହିଁ । ପିଏଚଇଡି ବିଭାଗର ଯେଉଁ ଅଧିକାରୀ ବାଲିଗୁଡ଼ା ଦାୟିତ୍ବରେ ଅଛନ୍ତି ତାଙ୍କର ଦେଖା ମିଳୁନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା କୁ କୋକ ଲୋଚନରେ ଶୁଣିବାକୁ ମିଲୁଛି | ଏହାର ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଗଲେ ଅଞ୍ଚଳବାସୀଙ୍କ ଜଳ କଷ୍ଟରୁଦୂର ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



