Tuesday, October 13, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା ଏନଏସି ଅଞ୍ଚଳ ପରିସର ରେ ସୁନ୍ଦର ଚିତ୍ର ଅଙ୍କନ

ବାଲିଗୁଡା ଏନଏସି ଅଞ୍ଚଳ ପରିସର ରେ ସୁନ୍ଦର ଚିତ୍ର ଅଙ୍କନ

30

କନ୍ଧମାଳ,୨୮-୦୫(ଜ଼ିଲ୍ଲାଖବର): ବାଲିଗୁଡା ରେ ଏନଏସି ତରଫରୁ କାନ୍ଥ ମାନଙ୍କରେ କୋଭିଡ 19 କରୋନା ପ୍ରତି ସାବଧାନ ଓ ଅନ୍ୟାନ୍ୟ ସୁନ୍ଦର ସୁନ୍ଦର ଚିତ୍ର ଅଂକୁଥିବା ଦୃଶ୍ୟ ଦେଖିବାକୁ ମିଳିଛି | ସୁବଳ ନାୟକ ନାମକ ଜଣେ କଳାକାର କାନ୍ଥରେ ବିଭିର୍ଣ୍ଣ ପ୍ରକାର ର ସୁନ୍ଦର ସୁନ୍ଦର ଚିତ୍ର ମାଧ୍ୟମରେ କରୋନା ପାଇଁ ସଚେତନର ବାର୍ତା ଦେଇଛନ୍ତି | ଏଥିରେ ତାଙ୍କୁ ସାହାର୍ଯ୍ୟ କରିଛନ୍ତି ରିମା ପୂଜାରୀ ଓ ପ୍ରଶାନ୍ତ ପୂଜାରୀ, ସେ ଏହି ନିଜ କଳା ଦ୍ୱାରା ଲୋକଙ୍କ ମନକୁ ଯେପରି ଆକର୍ଷଣ କରିପାରିବ ଓ କରୋନା ରୂପକ ଭୟଙ୍କର ରୋଗରୁ ବଞ୍ଚି ରହିବାକୁ ତାଂକ ବିକଳ୍ପ ପନ୍ଥା କାନ୍ଥରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି | ଏହି ସୁନ୍ଦର ଚିତ୍ରକଳା ଗୁଡିକ ଲୋକମାନଙ୍କୁ କରୋନା ପ୍ରତି ସଚେତନ କରିବା ସହିତ ସହର ର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି I ଏହିପରି ଅନେକ କଳାକାରଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ଲୋକନାଥ ପାଢ଼ୀ ମତପ୍ରକାଶ କରିଛନ୍ତି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ