Wednesday, October 14, 2026
Home ଜିଲ୍ଲା କନ୍ଧମାଳ ଲକଡାଉନରେ ଫସି ଥିବା ପରିବାରକୁ ସହାୟ ହେଲେ ବାରଖାମାର ସ୍ୱେଚ୍ଛାସେବୀ

ଲକଡାଉନରେ ଫସି ଥିବା ପରିବାରକୁ ସହାୟ ହେଲେ ବାରଖାମାର ସ୍ୱେଚ୍ଛାସେବୀ

99

ବାଲିଗୁଡା,୨୭-୦୫(ଜ଼ିଲ୍ଲା ଖବର): ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋଟିଏ ଗ୍ରାମର ଏକ ପରିବାର ଝଳେଇ କାମ କରିବା ନିମନ୍ତେ ପ୍ରାୟ ୪ ମାସ ତଳେ ଆସିଥିଲେ।ସେମାନେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୂଡ୍ର। ଗ୍ରାମପଞ୍ଚାୟତ ର ମସ୍କାପଡି ଗ୍ରାମରେ କିଛି ଦିନ କାର୍ଯ୍ୟ କରୁଥିଲେ | କାମକରିବା ଭିତରେ ମହାମାରୀ କରୋନା ବ୍ୟାପିବାରୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଏଣୁ ସେମାନେ ନିଜ ଘରକୁ ଯାଇପାରିଲେ ନାହିଁ। ପୁଣି ଜୀବିକାର୍ଜନ ର ସବୁ ବାଟ ତାଙ୍କ ପାଇଁ ବନ୍ଦ ହୋଇଗଲା ଯାହା ଫଳରେ ସେମାନଙ୍କ ର ସଂଚିତ ଧନ ଏହି ସମୟରେ ସରିଗଲା। ବର୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। ବାର ଦୁଆର ବୁଲି ବୁଲି ମାଗି ଯାଚି ସେଥିରେ ଆଠ ପ୍ରାଣୀ କୁଟୁମ୍ବ ଚଳନ୍ତି । ଏମିତି ଏକ ଜଟିଳ ପରିସ୍ଥିତି ରେ ସେ ଗ୍ରାମ ର ସରପଞ୍ଚ ଙ୍କୁ ଅବଗତ କରାଇଥିଲେ ଏବଂ ସରପଞ୍ଚ ସରକାର ଙ୍କର ରନ୍ଧା ଖାଦ୍ୟ ଯୋଜନା ରେ ସାମିଲ କରାଇ ତାଙ୍କୁ ଖାଦ୍ୟ ଯୋଗାଇଥିଲେ । କିଛି ଦିନ ପରେ ଏହା ମଧ୍ୟ ବନ୍ଦ ହୋଇଗଲା । ଏଭଳି ସମୟରେ ବାରଖମା ଗ୍ରାମର କିଛି ସ୍ଵେଚ୍ଛାସବୀ ଯୁବକ ଶ୍ରୀ ଜୀବନ ବଚନ ନାୟକ, ଶ୍ରୀ ମିଲନ ଦିଗାଲ, ଶ୍ରୀ ନୀଳାଚଳ ପାତ୍ର,ଶ୍ରୀ ଇମାନୁଏଲ ଦିଗାଲ, ଶ୍ରୀ ଅନିଲ ଦିଗାଲ, ଶ୍ରୀ ରୁପେଶ୍ ନାୟକ, ସୁନିଲ ଦିଗାଲ ଓ ଗାବ୍ରିଏଲ୍ ସେନାପତି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ | ତାଙ୍କୁ ୧୫ ଦିନ ର ସମସ୍ତ ରାସନ ସାମଗ୍ରୀ ଚାଉଳ, ଡାଲି, ଆଳୁ, ପିଆଜ,ବିସ୍କୁଟ,ଓ ଗ୍ରସେରି ସାମାନ ଦେଇଥିଲେ ଏବଂ ସେ ପରିବାର କିପରି ନିଜ ଗ୍ରାମ କୁ ଫେରି ପାରିବେ ସ୍ଵେଚ୍ଛାସବୀ ମାନେ ମିଶି ସରପଞ୍ଚ ଓ ଅନ୍ୟାନ୍ୟ ଅଫିସର ମାନଙ୍କୁ ଜଣାଇବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ|
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ