Sunday, October 11, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା:ଲୋ ଭୋଲଟେଜରେ ଜନ ଜୀବନ ଅସ୍ତ ବ୍ୟସ୍ତ

ବାଲିଗୁଡା:ଲୋ ଭୋଲଟେଜରେ ଜନ ଜୀବନ ଅସ୍ତ ବ୍ୟସ୍ତ

62
Representational Image

କନ୍ଧମାଳ,୨୭-୦୫(ଜ଼ିଲ୍ଲା ଖବର): କିଛିଦିନ ହେବ ଏନଏସି ବାଲିଗୁଡାରେ ଲୋଭୋଲଟେଜର ସମସ୍ୟା ଦେଖିବାକୁ ମିଳିଛି | ଅସହ୍ୟ ଖରା ତାତି ଯୋଗୁ ବାଲିଗୁଡା ରେ ତାପମାତ୍ରା ୪୨ ଡିଗ୍ରୀ ସେଲ୍ସିୟସ ରହିଛି, ଦିନ ୧୦ଟା ପରେ ଲୋକମାନେ ଖରା ରେ ବାହାରକୁ ବାହାରି ପାରୁନାହାନ୍ତି ଓ ସନ୍ଧ୍ୟା ପରେ ବାହାରେ ବସୁଛନ୍ତି | ରାତି ୧୨ ଟା ପର୍ୟ୍ୟନ୍ତ ଲୋଭୋଲଟେଜ ରହୁ ଥିବାରୁ କୌଣସି ଫେନ ଏବଂ ଏଆରକୁଳର କାମକରୁ ନାହିଁ | ଆହୁରି ମଧ୍ୟ ସନ୍ଧ୍ୟା ପରେ ଲୋକମାନଙ୍କର ମଟର ଚାଲୁନଥିବା ଦେଖିବାକୁ ମିଳୁଛି |ଏ ଣୁ ଜନ ଅସନ୍ତୋଷ ପ୍ରକାଶ ପାଇଛି | ଇଲେକଟ୍ରି ବିଭାଗ ଏହାର ଶୀଘ୍ର କାର୍ୟାନୁଷ୍ଠାନ ନେଲେ ଅସହ୍ୟ ଗରମ ଯନ୍ତ୍ରଣାରୁ ବାଲିଗୁଡା ବାସି ରକ୍ଷାପାଇ ପାରିବେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ