
ବାଲିଗୁଡା,୨୬-୦୫(ଜ଼ିଲ୍ଲା ଖବର): କରୋନାର ପାଦୁର୍ଭାବ ବଢ଼ି ଚାଲି ଥିଲା ବେଳେ ୪୭ ଜଣ ପ୍ରବାସୀ ଗୋଆରୁ ଟ୍ରେନ୍ ଯୋଗେ ଆସି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଓହ୍ଲାଇଥିଲେ। ସେଠାରୁ ପ୍ରବାସୀମାନେ ବସ୍ ଯୋଗେ ଗଞ୍ଜାମ ଅଭିମୁଖେ ସୋମବାର ରାତ୍ର ସମୟରେ ବସ୍ ରେ ଯାତ୍ରା କରୁଥିଲେ | ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ନିକଟରେ ୫୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଜଣେ ପ୍ରବାସୀ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିଛାଳୟ ରେ ଭର୍ତ୍ତି କରାଯାଇଛି। ତୁମୁଡ଼ିବନ୍ଧ ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ରୁ ପ୍ରବାସୀମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଜଲେଶପଟା ଆଶ୍ରମରେ କରାଯାଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



