Tuesday, October 13, 2026
Home ଜିଲ୍ଲା କନ୍ଧମାଳ ସଂଘରୋଧ କେନ୍ଦ୍ରରୁ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

ସଂଘରୋଧ କେନ୍ଦ୍ରରୁ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

47

ବାଲିଗୁଡା, ୨୬-୦୫(ଜ଼ିଲ୍ଲା ଖବର) : କରୋନା ଭୁତାଣୁର ମହାମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଥିବା ବେଳେ ଅନ୍ୟ ରାଜ୍ୟମାନଙ୍କ ରେ ପ୍ରବାସୀ ଶ୍ରମିକ ମାନେ ରହି ଯାଇଛନ୍ତି l ରାଜ୍ୟ ସରକାର ନିୟମ ଅନୁଯାୟୀ ଅନ୍ୟ ରାଜ୍ୟର ପ୍ରବାସୀ ଓଡ଼ିଆ ଓଡିଶା କୁ ଆସନ୍ତି ତାହା ହେଲେ ୨୧ ଦିନ ସଙ୍ଘ ରୋଧ ଗୃହରେ ରହିବା କୁ ପଡିବ | କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ର ସଙ୍ଘରୋଧ ଗୃହରେ ୨୦୩ ପ୍ରବାସୀ ଓଡ଼ିଆ କେରଳରୁ ଆସି ୨୧ ଦିନ ରହିଥିଲେ l ଠିକ ସମୟରେ ଖାଇବାକୁ ଦିଆଯିବା ସହ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଥିଲା | ଏମାନଙ୍କର ରକ୍ଷଣ ବେକ୍ଷଣର ଦାଇତ୍ୱ ସୁଚାରୁ ରୂପେ ପ୍ରତିପାଦନ କରିଥିଲେ | ପ୍ରଥମେ ସ୍ଥାନୀୟ ସରପଞ୍ଚ ଅହଲ୍ୟା ପ୍ରଧାନ ଓ ସମିତିସଭ୍ୟ ଜୟଶେନ ପୂଜାରୀ, ନୋଡାଲ ଅଫିସର, କ ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ, ତହସିଲଦାର ଏସ ପାତ୍ର, ସାରଙ୍ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା କେଡ଼, ଧନ୍ୟବାଦ ଜଣାଇଥିଲେ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ