Tuesday, October 13, 2026
Home ଜିଲ୍ଲା କନ୍ଧମାଳ ଅଗଷ୍ଟି କୁମାରଙ୍କ ମାନବିକତା

ଅଗଷ୍ଟି କୁମାରଙ୍କ ମାନବିକତା

100

କନ୍ଧମାଳ,୨୨-୦୫(ଜ଼ିଲ୍ଲା ଖବର): ବାଲିଗୁଡା ନୂଆସାହିର ଅଗଷ୍ଟି ନାୟକ ଭୁବନେଶ୍ୱରରେ ରହି ପାଠ ପଢ଼ିବା ସହ ପିଲାମାନଙ୍କୁ ମଧ୍ୟ ଟିଉସନ କରନ୍ତି କିନ୍ତୁ କରୋନା ମହାମାରୀ ତଥା ଲାକଡାଉନ ହେବାରୁ ଅଗଷ୍ଟି ନାୟକ ନିଜ ଘରକୁ ଫେରି ଆସିଛନ୍ତି | ବିଜ୍ଞପିତ ଅଞ୍ଚଳ ପରିଷଦ ବାଲିଗୁଡା ନୂଆସାହି ଗ୍ରାମରେ ଅଗଷ୍ଟି ନାୟକଙ୍କ ଘର, ବୟସ ମାତ୍ର 23 ବର୍ଷ ହେବ ସେ ନିଜେ ପଢ଼ିବା ସହିତ ପିଲାମାନଙ୍କୁ ଟିଉସନ ପଢେଇ ନିଜର ମାନବିକତା ଦେଖାଇଛନ୍ତି । ଟିଉସନ କରି ରୋଜଗାର କରିଥିବା ପଇସାରେ ଆଜି ଅଗଷ୍ଟି ନାୟକ ନୁଆସାହିରେ 16 ଜଣକୁ ବିଧବା ଓ ବିକଳାଙ୍ଗ ମାନଙ୍କୁ ଚାଉଳ ,ଡାଲି, ଲୁଣ,ଅଟା, ଚିନି ଏପରି ଗ୍ରେସେରି ସାମାନ ଶନିବାର ଦିନ ବାଣ୍ଟିଥିବାର ଦେଖିବାକୁ ମିଳିଥିଲା | ଏହା ଦେଖି ସ୍ଥାନୀୟ କାଉନସିଲର ଶ୍ରୀ ଅର୍ଜୁନ ନାୟକ ଧନ୍ୟବାଦ ଜଣାଇଛନ୍ତି ଅଗଷ୍ଟି ନାୟକ ଗୋଟିଏ ଗରିବ ପରିବାରର ସନ୍ତାନ ତାଙ୍କ ବାପା ବରୁଣ ନାୟକ ଜଣେ ଚାଷୀ ଏବଂ ଦିନମଦୁରିଆ ଅଟନ୍ତି | ଏହିପରି କାର୍ଯ୍ୟ କରୁଥିବାରୁ ବାପା,ମା ଦେଖୀ ପୁଅକୁ ଧନ୍ୟବାଦ ଜଣାଇଛନ୍ତି ଓ ସାହିର ଲୋକମାନେ ମଧ୍ୟ ଏହି ମହତ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ