Wednesday, October 14, 2026
Home ଜାତୀୟ ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

33
Representational picture

ନୂଆଦିଲ୍ଲୀ: ଇଦ-ଉଲ-ଫିତର ଶୁଭ ଅବସରର ପୂର୍ବ ସନ୍ଧ୍ୟାରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଦକୁ ପରିବାର ଏବଂ ସମ୍ପ୍ରଦାୟକୁ ଏକତ୍ରିତ କରୁଥିବା ଏକ ପର୍ବ ଭାବେ ବର୍ଣ୍ଣନା କରି ଏହି ଉତ୍ସବ ସମୟରେ ସାମାଜିକ ଦୂରତା ଏବଂ ସୁରକ୍ଷା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି ।

ନିମ୍ନରେ ସଂପୂର୍ଣ୍ଣ ବାର୍ତ୍ତା –

“ଇଦ-ଉଲ-ଫିତର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

ଇଦ-ଉଲ-ଫିତର ପାରମ୍ପରିକ ଉତ୍ସବ ପବିତ୍ର ରମଜାନ ମାସ ଶେଷରେ ପାଳିତ ହୋଇଥାଏ ।

ଏହି ପର୍ବ ଆମ ସମାଜରେ କରୁଣା, ଦାନ ଏବଂ ଉଦାରତାକୁ ଦୃଢ କରିଥାଏ । ପରିବାର ଏବଂ ସମୁଦାୟ ଏକତ୍ରିକରଣର ଏହା ଏକ ଉତ୍ସବ ।

ତେବେ, ଏହି ବର୍ଷ, ଯେହେତୁ ଭାରତ ଏବଂ ବିଶ୍ୱ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ନିରନ୍ତର ଯୁଦ୍ଧ ଜାରି ରଖିଛନ୍ତି, ଆମେ ଘରେ ପ୍ରାୟ ସମସ୍ତ ପାରମ୍ପରିକ ପର୍ବ ପାଳନ କରୁଛୁ ଜ୍ଝ

ତେଣୁ, ଆମକୁ ଏକ ନିରାଡମ୍ବର ଉତ୍ସବରେ ସନ୍ତୁଷ୍ଟ ହେବାକୁ ହେବ ଏବଂ ସାମାଜିକ ଦୁରତ୍ଵ ଏବଂ ବ୍ୟକ୍ତିଗତ ସ୍ଵଚ୍ଛତାର ସୁରକ୍ଷା ନିୟମକୁ ମାନିବାକୁ ପଡିବ । ମୁଁ ଆଶା କରେ କି, ଆମେ ସମସ୍ତେ ଆନନ୍ଦ, କରୁଣା ଏବଂ ପାରସ୍ପରିକ ସମ୍ମାନର ସହ ଏହି ଉତ୍ସବକୁ ପାଳନ କରିବା ।

ଇଦ-ଉଲ-ଫିତର ସହ ଜଡିତ ଉତ୍ତମ ଆଦର୍ଶ ଆମ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।