ବ୍ରହ୍ମପୁର,୨୫-୦୫(ଜ଼ିଲ୍ଲା ଖବର) : ସାରା ବିଶ୍ୱ କରୋନାର ବିଷାକ୍ତ ବଳୟ ରେ ଏହି ସମୟ ରେ ସମସ୍ତଙ୍କ ମୁଖରୁ କରୋନା ଆଉ କରୋନା ଶବ୍ଦ ଉଚ୍ଚାରଣ ହୋଇରହିଥିବା ବେଳେ ରୋଗର ସଂକ୍ରମଣ ଓ ମୁର୍ତ୍ୟୁ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି l ଏଥିଯୋଗୁଁ ଭାରତବର୍ଷ ରେ ସରକାରୀ ସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ଅନୁଷ୍ଠାନ ଗୁଡିକ ୩ମାସ ଧରି ତାଲାବନ୍ଦ ରହିଥିଲେ ବି ଅମାନ୍ୟ ରୋଗଟି ଉଗ୍ରରୂପ ବୃଦ୍ଧିପାଉଛି l
ଏଥିଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକ, ଟଙ୍କା ଅର୍ଜନ ନିମନ୍ତେ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ଅର୍ଜିତ ଟଙ୍କା ସରିଯାଇଥିବା ଯୋଗୁଁ ନିଜନିଜ ଅଞ୍ଚଳକୁ ଫେରିଆସିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି l କିଛି ଶ୍ରମିକ ଧାରକରି ବସ ଯୋଗେ ଫେରୁଥିବା ବେଳେ କିଛି ଶ୍ରମିକ ଦୁଇପାଦର ଆଶ୍ରୟ ନେଇ ଜାତୀୟ ରାଜପଥ ଦେଇ କରୋନା କୁ ନିନ୍ଦାକରି ଥକିଥକି ନିର୍ଭିକ ମନଭାବ ନେଇ ଚଲାପଥରେ ଆସୁଛନ୍ତି ଜନଗହଳି ଦେଖି ସ୍ଥାନୀୟ ବାସୀଙ୍କୁ ନିଜଅଞ୍ଚଳର ରାସ୍ତାର ଦୂରତା ସମ୍ପର୍କରେ ପରାମର୍ଶ ନେଉଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆନ୍ଧ୍ର ସୀମାନ୍ତ ଗିରିଶୋଲା ଗେଟ ଅଞ୍ଚଳରେ ଦେଖାଦେଇଛି l
ଏବଂ ପ୍ରବାସୀ ଶ୍ରମିକ ମାନେ ମୁମ୍ବାଇରେ ଥିବା ଅନେକ ଶ୍ରମିକ ବିପଦ ମନେକରି ଫସି ରହିଛନ୍ତି ସେମାନଙ୍କୁ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛନ୍ତି l ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ ଯୋଗେ ହଜାରହଜାର ଶ୍ରମିକଙ୍କୁ ଆଣି କ୍ଵାରେନଣ୍ଟାଇନ ସେଣ୍ଟର କରି ସେମାନଙ୍କ ଆବଶ୍ୟକତା ଯୋଗାଇ ଦେଉଥିବା ଜଣାପଡିଛି l



