Friday, October 16, 2026
Home ଜିଲ୍ଲା କନ୍ଧମାଳ ଶିବପ୍ରସାଦ ପଟ୍ଟନାୟକ ରାସନ କାର୍ଡ ପାଇଲେ

ଶିବପ୍ରସାଦ ପଟ୍ଟନାୟକ ରାସନ କାର୍ଡ ପାଇଲେ

109

କନ୍ଧମାଳ,୨୪-୦୫(ଜ଼ିଲ୍ଲା ଖବର): ବାଲିଗୁଡାରେ ଶିବପ୍ରସାଦ ପଟ୍ଟନାୟକ ରାସନ କାର୍ଡରୁ ବଞ୍ଚିତ ଥିଲେ, ଆଗରୁ ମଧ୍ୟ ଜ଼ିଲ୍ଲା ଖବର ଓ ବିଭିର୍ଣ୍ଣ ନିୟୁଜରେ ପ୍ରକାଶ ପାଇଥିଲା | ବାଲିଗୁଡା ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଜାଣିପାରି ଏହାର ପୁନଃ ତଦନ୍ତ ନିର୍ଦେଶ ଦେଇଥିଲେ | ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ସମେତ ଏନଏସି କତ୍ତୃପକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଘର ଉପରେ ତଦନ୍ତ କରିଥିଲେ ଓ ତଦନ୍ତ ପରେ ଶିବଙ୍କ ପରିବାରଙ୍କୁ ରାସନ କାର୍ଡ ମିଳିବା ଯୋଗ୍ୟତା ଥିବା ପ୍ରଶାସନ ଜାଣି ପାରିଥିଲା | ରାସନ କାର୍ଡ ପାଇବା ପରେ ଶିବଙ୍କ ପରିବାର ଖୁସିପ୍ରକଟ କରିଛନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି | ଜୁନ ପହିଲାରୁ ପରିବାର ବର୍ଗଙ୍କୁ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରକାଶ କରି ଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ