
ଛତ୍ରପୁର ୨୪/୫ (ଜିଲ୍ଲା ଖବର) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି ।ଆହତ ଦୁଇ ଜଣ ହେଲେ ବୁଲୁ ମହାରଣା ଓ ନିର୍ଭୟ ପ୍ରଧାନ।ଘଟଣା ର ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଛତ୍ରପୁର ମେଡିକାଲକୁ ଆଣିଥିଲେ। ଘଟଣାରୁ ପ୍ରକାଶ ଯେ ଟ୍ରାକ୍ଟରଟି ଇଟା ବୋଝେଇକରି ପୁରୁଣାପାଟଣା ଗ୍ରାମ ରାସ୍ତା ଦେଇ ଛତ୍ରପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଆହତ ଦୁଇ ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।
ରିପୋର୍ଟ ଅଶୋକ ବେହେରା


