
ବାଲିଗୁଡ଼ା ୨୪/୫ (ଜିଲ୍ଲା ଖବର) : ବର୍ତ୍ତମାନ କୋରାନା ମହାମାରୀ ଆତଙ୍କ ବେଳେ ବାଲିଗୁଡା ରେ ୯ ଜଣ ପ୍ରବାସୀ ଶ୍ରମିକ ୯ ଗୋଟି ସାଇକଲ ଯୋଗେ ଦୀର୍ଘ ୧୪୦୦ କିଲୋମିଟର ଅତିକ୍ରମ କରି ବାଲିଗୁଡା ଠାରେ ପହଂଚିଥିଲେ | ଶୁଣିବାକୁ ମିଳିଥିଲା ଯେ ସେମାନେ ଗୋପାଳପୁର ଅଞ୍ଚଳ ର ବାସିନ୍ଦା | ନାଗପୁର ର ଗୋଟିଏ କମ୍ପାନୀ ରେ ଚାକିରୀ କରୁଥିଲେ କମ୍ପାନୀରେ କାମ ବନ୍ଦ ହୋଇଯିବାରୁ ଖାଇବା ଓ ରହିବା ପାଇଁ ଅସୁବିଧା ହେବାରୁ ଏହି ୯ ଜଣ ପ୍ରବାସୀ ଶ୍ରମିକ କମ୍ପାନୀ ଛାଡି ସାଇକଲ ଯୋଗେ ନିଜ ନିଜ ଭିଟାମାଟି କୁ ଫେରିବା ପାଇଁ ନିଷ୍ପତି ନେଇଥିଲେ ଏବଂ ଦଶ ଦିନ କଷ୍ଟକର ସାଇକଲ ଯାତ୍ରା ପରେ ସେମାନେ ବାଲିଗୁଡାରେ ପହଂଚି ଥିଲେ | ବାଲିଗୁଡା ରେ କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକ ମିଶି ପାନୀୟ ଓ ଖାଦ୍ୟର ବ୍ୟବସ୍ଥା କରିଥିଲେ | ପ୍ରଶାସକ ଙ୍କ ଠାରୁ ଏକ ପାସ ବ୍ୟବସ୍ଥା କରି ପ୍ରବାସୀଙ୍କୁ ଗାଡିରେ ପଠାଇବାର ବ୍ୟବସ୍ଥକରିଥିଲେ ସେମାନେ ନିଜ ନିଜର ଖର୍ଚ୍ଚ ବହନ କରି ନିଜର ଭିଟାମାଟିକୁ ଫେରିଥିଲେ |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


