
ବାଲିଗୁଡା,୨୩/୦୫(ଜ଼ିଲ୍ଲା ଖବର): ପେଟ୍ରୋଲିୟମ ତେଲ ଟ୍ୟାଙ୍କର ରାୟଗଡ଼ା ରୁ ଆସି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା | ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ OD O5 T 1177 ନମ୍ବର ଯୁକ୍ତ ଏକ ବାଲିଗୁଡା ଅଞ୍ଚଳରୁ ତିନି ବସ୍ତା ଗଞ୍ଜେଇ ଗାଡ଼ିରେ ଲୋଡ କରି ରାଇକିଆ ଥାନା ଅଭିମୁଖେ ଯାଉଥିବା ବେଳେ ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।
ପୂର୍ବ ସୂଚନା ଅନୁଯାୟୀ ରାଇକିଆ ଥାନା ବେରେଡ଼ାକିଆ ନିକଟରେ ଗାଡ଼ି ମୋଟର ଯାଞ୍ଚ୍ ସମୟରେ ଉକ୍ତ ତେଲ ଟ୍ୟାଙ୍କର ଗାଡ଼ିର କ୍ୟାଭିନ୍ ସିଟ୍ ତଳୁ ତିନି ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ୍ । ଜବତ ଗଞେଇର ଓଜନ ୫୦ କେଜି ୬୪୦ ଗ୍ରାମ୍ ହୋଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ୍ କରିଛନ୍ତି |
ଗିରଫ ଚାଲାଣକାରୀ ନୟାଗଡ଼ ଜିଲ୍ଲାର ଗୋଲକ ବିହାରୀ ଦାସ ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିଲା ବେଳେ ଗଞେଇ ଚୋରାଚାଲାଣ ଚଳାଇଥିବା ଗଞେଇ ମାଫିଆଙ୍କ ଉପରେ ପୋଲିସ୍ କଡ଼ା ନଜର ରଖିଛି ଏବଂ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



