
ଛତ୍ରପୁର ୨୨/୫ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ନାଇକଙ୍କୁ ଗତକାଲି ଆକ୍ରମଣ କରିଥିବା ଘଟଣାକୁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ଏନ୍ପିଏସ୍) ଗଞ୍ଜାମ ଜିଲ୍ଲା ଶାଖା ତୀବ୍ର ନିନ୍ଦା ପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି । ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ କୋଭିଡ୍-୧୯ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଶ୍ରୀ ନାଇକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରାଯିବା ସହ ଶିକ୍ଷକମାନଙ୍କୁ ସୁରକ୍ଷା ପ୍ରଦାନ ଆଦି ୫ ଦଫା ଦାବି ସମ୍ବଳିତ ନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ସଂଘର ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରାଥମିକ ସଂଘର ସଭାପତି ରାଜେନ୍ଦ୍ର କୁମାର ଗୌଡ, ଜେ.କୁର୍ମା ରାଓ ଓ ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ ।
ରିପୋର୍ଟ ଅଶୋକ ବେହେରା


