ଛତ୍ରପୁର ୨୨/୫ (ଜିଲ୍ଲା ଖବର): କଥା ରେ ଅଛି ଆମ ଓଡ଼ିଶାରେ ବାର ମାସକୁ ତେର ପର୍ବ। ସେଥି ମଧ୍ୟରୁ ସାବିତ୍ରୀ ଅମାବାସ୍ୟା ଅନ୍ୟତମ ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ଆଜିର ଦିନରେ ସଧବା ମହିଳା ମାନେ ନିଜ ନିଜର ସ୍ୱାମୀ ଙ୍କ ଲମ୍ବା ଆୟୁଷ ପାଇଁ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀ ବ୍ରତ ରେ ନୂଆ ଚୁଡି, ଶାଢ଼ୀ ସହ ବିଭିନ୍ନ ପ୍ରକାରର ଫଳ ପୂଜା କରିବାର ବିଧି ରହିଛି। ଏହି ଦିନ ସାବିତ୍ରୀ ସତ୍ୟବାନ ଙ୍କୁ ଯମରାଜା ସହ ଲଢ଼ି ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ। ତେଣୁ ଏହି ଦିନ ସଧବା ମହିଳା ମାନେ ମନ୍ଦିର ଯାଇ ନିଷ୍ଟର ସହ ଏହି ବ୍ରତ ପାଳନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସାରା ଦେଶ କରୋନା କୁ ନେଇ ଭୟଭୀତ। ଏହା ଯୋଗୁଁ ସାରା ଦେଶରେ ଲକଡାଉନ ହୋଇଥିବାରୁ ଚଳିତ ବର୍ଷ ସାବିତ୍ରୀ ବ୍ରତ ପୁରା ଫିକା ପଡିଛି। ମନ୍ଦିର ରେ ଭିଡକୁ ନେଇ ପୂର୍ବରୁ ବହୁତ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ର କେତୋଟି ମନ୍ଦିରରେ ୧୪୪ ଧାରା ଜାରୀ ହୋଇଛି। ସାବିତ୍ରୀ ବ୍ରତ କରିବା ପାଇଁ କେହି ମନ୍ଦିର କୁ ଯାଇ ପାରିବେ ନାହଁ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। ତା ଦ୍ୱାରା କେହି ସଧବା ମହିଳା ମାନେ ମନ୍ଦିର ନ ଯାଇ ନିଜ ନିଜର ଘରେ ପୂଜା କରିଥିଲେ। ସେହିପରି ଛତ୍ରପୁର ର ବିଭିନ୍ନ ମନ୍ଦିର ଗୁଡିକରେ ଭିଡ଼କୁ ଦୃଷ୍ଟି ରେ ରଖି ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।
ରିପୋର୍ଟ ଅଶୋକ ବେହେରା


