Wednesday, October 14, 2026
Home ଅପରାଧ ସରପଞ୍ଚଙ୍କ ପୁଅ ନାରେ ମାମଲା: ଏସପିଙ୍କ ଠାରେ ପ୍ରତ୍ୟାହାର ଦାବିକଲେ ସରପଞ୍ଚ ଦଳ

ସରପଞ୍ଚଙ୍କ ପୁଅ ନାରେ ମାମଲା: ଏସପିଙ୍କ ଠାରେ ପ୍ରତ୍ୟାହାର ଦାବିକଲେ ସରପଞ୍ଚ ଦଳ

32

କୁକୁଡାଖଣ୍ଡି,୨୨/୦୫(ଜ଼ିଲ୍ଲା ଖବର) : ଅଶାନ୍ତ ହୋଇଥିବା ସଦର ଥାନା ଅନ୍ତର୍ଗତ ରୋହିଗାଁର ସରପଞ୍ଚଙ୍କ ପୁଅଙ୍କ ନାରେ ଏକ ଆକ୍ରମଣ ମାମଲାରେ ମିଥ୍ୟାରେ ତାଙ୍କୁ ଜଡିତ କରାଯାଇଛି ଏବଂ ତାଙ୍କ ନାରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ନିମନ୍ତେ ସରପଞଙ୍କ ପୁଅଙ୍କ ସପଷରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ନିକଟରେ ଯୁକ୍ତି ବାଢିଛନ୍ତି କୁକୁଡାଖଣ୍ଡି ବ୍ଲକ ସରପଞ ସଂଘ।ବହୁ ସରପଞ ଶୁକ୍ରବାର ସଂନ୍ଧ୍ୟାରେ ବ୍ରହ୍ମପୁର ଏସପିକୁଂ ଏସପି ଅଫିସରେ ସାଷାତ କରିଥିଲେ।ପୂବତନ ବ୍ଲକ ବିଜେଡି ସଭାପତି ସନ୍ୟାଷୀ ଜେନାଙ୍କ ଭାଇ ପୂଣ୍ନ ଜେନା କୁ ଆକ୍ରମଣ ମାମଲାରେ ୬ଜଣଙ୍କ ନାରେ ମାମଲା ରୁଜୁ ହୋଇଥିବା ବେଳେ ୪ଜଣ ଗିରଫ କରିଥିଲା ପୋଲିସ ସରପଞ୍ଚଙ୍କ ପୁଅ ବଶିଷ୍ଟ ଜେନାଙ୍କ ସହ ୨ ଜଣ ଫେରାର ଥିବା ପୋଲିସ ଦଶାଇ ଥିଲା।ଆକ୍ରମଣ ଦିନ ବୈଶିଷ୍ଟ ନିଜ ମାଙ୍କୁ ନେଇ ଅପରାହ୍ନ ୪.୩୦ ରୁ ୭ଟା ପର୍ଯ୍ୟନ୍ତ କୁକୁଡାଖଣ୍ଡି ବ୍ଲକ କାଯ୍ୟାଳୟ ପରିସରରେ ଥିଲେ।ସେ ଏହି ଆକ୍ରମଣ ମାମଲାରେ ସେ ସଂପୃକ୍ତ ନଥିବା ନେଇ ସରପଞ୍ଚ ସଂଘ ବ୍ରହ୍ମପୁର ଏସପିଙ୍କୁ ଅବଗତ କରାଇଥିଲେ। ପୂର୍ବରୁ ବହୁ ହତ୍ୟାକାଣ୍ଡ ହେବା ପରେ ଏହା ଅଶାନ୍ତ ସହ ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ମେ ୯ ତାରିଖ ଶନିବାର ରାତ୍ର ୭ଟାରେ କୌଣସି କାରଣ ପାଇଁ ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଶନ୍ୟାସି ଜେନାଙ୍କ ସାନ ଭାଇ ପୂଣ୍ନ ଜେନା କୁ କିଛି ଦୁବୃତ୍ତ କାତିରେ ହାଣିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ରେ ଭତ୍ତି କରାଯାଇଛି।ପ୍ରାୟ କିଛି ବର୍ଷ ପୂର୍ବରୁ ପୂଣ୍ନ କୁକୁଡାଖଣ୍ଡି ବ୍ଲକରୁ ଗ୍ରାମକୁ ଫେରିବା ବେଳେ ଏଆରଏସଏସ ନିକଟରେ ଖଣ୍ଡାରେ କିଛି ଦୃବୁତ ଆକ୍ରମଣ କରିଥିଲେ। ପରେ ତାଙ୍କ ବଡ ଭାଇ ଅଶୋକ ଜେନା କୁ ୩ ବର୍ଷ ପୂର୍ବେ ହତ୍ୟା କରିଥିଲେ ବିରୋଧୀ । ପୂଣ୍ନ ରାତ୍ରରେ ବିଲରେ କାମ ସାରି ଫେରୁଥିବା ବେଳେ କିଛି ଦୃବୁତ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ବିପକ୍ଷ ଗୋଷ୍ଟୀ ଏହା କରିଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ।

ରିପୋର୍ଟ: ଲକ୍ଷ୍ମୀ ନାରାୟଣ ମିଶ୍ର