
ବାଲିଗୁଡା,୨୨-୦୫(ଜିଲ୍ଲା ଖବର): ସାରା ଦେଶରେ କରୋନା ମହାମାରୀ ଲାଗିରହିଛି ଏହି ସମୟରେ ବାଲିଗୁଡା ମଧ୍ୟରେ ଆଇନଜୀବୀ ଶ୍ରୀ ଟି.ହରିଶ ଚନ୍ଦ୍ର ରାଓ କିଛି ଶୁଖିଲା ଖାଦ୍ୟ ବିଧବା ମାନଙ୍କୁ ବାଣ୍ଟିଥିଲେ । ଏଥିରେ ସହଯୋଗ କରିଥିଲେ ଗୌରୀ ଶଙ୍କର ରାଓ, ସାମ୍ବାଦିକ ପ୍ରକାଶ ନାୟକ, ଲିଟୁ ସାହୁ । ପୂଜାରୀ ସାହିର ୧୦ଜଣ ବିଧବାଙ୍କୁ ଓ ସୁନାପଙ୍ଗରେ ୧୦ ଜଣକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି ।ଜଣକୁ ଗୋଟିଏ ଲେଖାଏଁ ପକେଟ ବଣ୍ଟନ କରିଥିଲେ ସେହି ପକେଟ ମଧ୍ୟରେ ମାକ୍ସ, ସାବୁନ, ବିସ୍କୁଟ, ଆଳୁ ଥିବାର ଦେଖିବାକୁ ମିଳିଥିଲା । ଏପରି କାର୍ଯ୍ୟ କରୁଥିବା ର ଦେଖି ସେମାନେ ସର୍ବସାଧାରଣରେ ପ୍ରସଂଶାର ପାତ୍ର ହୋଇଛନ୍ତି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ




