Wednesday, July 29, 2026
Home ଆଞ୍ଚଳିକ ସାବିତ୍ରୀ ବ୍ରତ ପାଳନ ।

ସାବିତ୍ରୀ ବ୍ରତ ପାଳନ ।

110

ବାଲିଗୁଡା:୨୨/୦୫ ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ବାଲିଗୁଡା ଅଞ୍ଚଳରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅଧିକାଂଶ ଫଳ ଦୋକାନରେ ବିଭିନ୍ନ ପ୍ରକାରର ଫଳ ବିକ୍ରି ହେବା ସହିତ ସାମାନ୍ୟ ଦରବୃଦ୍ଧି ମଧ୍ୟ ହୋଇଛି। ହିନ୍ଦୁ ରୀତି ନୀତି ଅନୁସାରେ ଉକ୍ତ ଦିବସରେ ବିବାହିତା ନାରୀମାନେ ସ୍ବାମୀଙ୍କ ମଂଗଳ କାମନା କରିବା ସହିତ ଦୀର୍ଘାୟୁ କାମନା ପାଇଁ ବ୍ରତ ରଖିଥାନ୍ତି। ଏହି ବ୍ରତ ଜ୍ୟୈଷ୍ଠ ମାସ ଅମାବାସ୍ୟା ତିଥିରେ ଅନୁଷ୍ଠିତ ହୋଇଥାଏ।ପ୍ରତି ଘରେ ଘରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ଖୁବ୍ ସୁରୁଖୁରୁରେ ବାଲିଗୁଡା ଅଞ୍ଚଳରେ ପାଳିତ ହୋଇଛି ସାବିତ୍ରୀ ଅମାବାସ୍ୟା।

ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ