Home ଆଞ୍ଚଳିକ ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡ଼ିଆ

ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡ଼ିଆ

60

ବାଲିଗୁଡ଼ା ୨୨/୫ (ଜିଲ୍ଲା ଖବର ) : ବ୍ଲକକୁ ଚତୁର୍ଥ ପର୍ଯ୍ୟାୟ ରେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ମାନେ | ଏହି ପ୍ରବାସୀ ଓଡ଼ିଆ ମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ସରକାରରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଟାଗୁଡା ଠାରେ ପ୍ରସ୍ତୁତ ହୋଇଛି 200 ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କ୍ଵାରେଣ୍ଟାଇନ ଶିବିର l ଏଥିରେ 70 ଜଣ ପ୍ରବାସୀ ରହିଥିବା ର ଦେଖିବାକୁ ମିଳୁଛି।ସେହିପରି ସରକାରୀ ୟୁ.ଜି.ହାଇସ୍କୁଲ ପରମପାଙ୍ଗାରେ 30 ଜଣ ପ୍ରବାସୀ ରହି ଥିବାର ଜଣା ପଡିଛି | ପ୍ରବାସୀ ମାନେ ଆସିବା ଠାରୁ ସେମାନଙ୍କର ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ଓ ସେମାନଙ୍କର ଖାଇବା ଓ ରହିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ପୋଲିସ ପ୍ରଶାସନ ଏବଂ ସରକାରି କର୍ମଚାରୀ |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ