
ଆସିକା,୧୪/୨(ଜିଲ୍ଲା ଖବର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ପ୍ରଦର୍ଶନୀ ପଡିଆରେ ତ୍ରିଦିବସୀୟ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମେଳା ଉଦ୍ଘାଟିତ ହୋଇଯାଇଛି l
ଆଜି ଏହି ତ୍ରିଦିବସୀୟ ମେଳାର ଉଦଘାଟନୀ ସମାରୋହରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଙ୍କ ସହ ପ୍ରଦୀପ ପ୍ରଜ୍ବଳନ କରି ସମସ୍ତ ଜ୍ୟୋତିର୍ଲିଙ୍ଗଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ଆସ୍କା ସୁଗାର ଇଣ୍ଡଷ୍ଟ୍ରୀ ର ମ୍ୟାନେଜିଂ ଡାଇରେକ୍ଟର ଡାଃ ସୁଶାନ୍ତ କୁମାର ପଣ୍ଡା, ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା ଓ ଚିନ୍ମୟ ମିଶନ ଆସ୍କାର ସାଙ୍ଗଠନିକ ସଭାପତି ଲକ୍ଷ୍ମୀନାରାୟଣ ଗୁପ୍ତା
କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଉପସ୍ଥିତ ସଭାକୁ ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ଗୁଣର ସାଗର ଶିବ ପିତାଙ୍କ ଠାରୁ ଗୁଣରୂପୀ ଖଜଣାରେ ଭରପୁର ହେବା ଆମ ଜୀବନର ଲକ୍ଷ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l

ଉପସ୍ଥିତ ସମସ୍ତ ଅତିଥି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମେଳା ଏକ ବିରଳ ପରିକଳ୍ପନା ଏବଂ ଚିନ୍ତାମୁକ୍ତ ଜୀବନଶୈଳୀ ପାଇଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶିକ୍ଷା ସମୟର ଆବଶ୍ୟକତା ବୋଲି ପ୍ରକାଶ କରିଥିଲେ l
ଏହି ବିରଳ ଦୃଶ୍ୟ ଦେଖିବା ଏବଂ ପ୍ରତ୍ୟେକ ଜ୍ୟୋତିର୍ଲିଙ୍ଗଙ୍କ କିମ୍ବଦନ୍ତୀର ମହାତ୍ମ୍ୟ ଜାଣିବା ପାଇଁ ବହୁସଂଖ୍ୟାରେ ଦର୍ଶନାଭିଲାଷୀଙ୍କ ସମାଗମ ହୋଇଥିଲା l



