କୋଦଳା ଏନଏସି ରେ ଥିବା ପାଣିଟାଙ୍କି ଓ ସେସଫୁଲ ରୁ ଆଦାୟ ହୋଇଥିବା ଦୁଇବର୍ଷ ର ଟଙ୍କା ହରିଲୁଟ

1

(କୋଦଳା ଏନଏସି ରେ ସର୍ବସ୍ୱ ଗିଳି ଦେଲେଣି ଅଧ୍ୟକ୍ଷ ଓ କାର୍ଯନିର୍ବାହୀ ଅଧିକାରୀ)

କୋଦଳା,୨/୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଏ.ନ.ଏସି ରେ ସର୍ବଗିଳା ଭାବରେ ସାନିଟାଇସନ ଏକ୍ସ ପର୍ଟ ଚନ୍ଦ୍ର କାନ୍ତ ମାରାଣ୍ଡି ନାମରେ ଏବେ ସବୁ ଆଡେ ଚର୍ଚ୍ଚା।ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା କୋଦଳା ଏ.ନ. ଏସି ରେ ଦୀର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେବ ସାନିଟାଇସନ ଏକ୍ସ ପର୍ଟ ଭାବରେ କାର୍ଯ୍ୟ କରି ଆସୁଛନ୍ତି ସେବେ ଠାରୁ ଦୁର୍ନୀତି ଚରମ ସୀମାରେ ପହଂଚି ସାରିଛି।ପାଣି ଗାଡି,ସେସଫୁଲ ଟାଙ୍କି ଗାଡି ର ଦାୟିତ୍ୱ ଦିଆ ଯାଇଥିବାବେଳେ ଲୋକମାନଙ୍କ ଠାରୁ ସେହି ବାବଦକୁ ଟଙ୍କା ଆଦାୟ କରି ରଷିଦ ଦିଆଯାଉଛି ସତ କିନ୍ତୁ ସେହି ଆଦାୟ ଟଙ୍କା ଅଫିସରେ ଡିପୋଜିଟ ହେଉନାହିଁ।ସେହି ଟଙ୍କା ଯାଉଛି କୁଆଡେ? ଗତ ଦୁଇ ବର୍ଷ ତଳେ ଅଡିଟ ହୋଇଥିଲା ସେଇ ଅଡିଟ ରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରିକୋଭାରୀ କରାଯାଇଥିବା ଶୁଣିବାକୁ ମିଳୁଛି।

ହେଲେ ସର୍ବ ଗିଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,କାର୍ଯନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ସାନିଟାଈଯେସନ ଏକ୍ସପର୍ଟ ଚନ୍ଦ୍ରକାନ୍ତ ମାରାଣ୍ଡି ଙ୍କ ଲାଳସା ଗଲାନାହିଁ ପୁଣି ଦୁଇବର୍ଷ ହେବ ପାଣି ଟାଙ୍କି ଓ ସେସଫୁଲ ର ପ୍ରାୟ ଦଶ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ
କାର୍ଯାଳୟ ରେ ତାହା ଜମା ହେଉନଥିବା ନେଇ ୧୧ନମ୍ବର ୱାର୍ଡ ର କାଉନସିଲର ଭଗବାନ ପାଢ଼ୀ ଅଭିଯୋଗ କରିବା ସହ ଆରଟିଆଇ ଜରିଆରେ ମାଗିଥିଲେ ମଧ୍ୟ ତାହା ବର୍ତମାନ ସୁଦ୍ଧା ମିଳି ନାହିଁ।କିଛି ମାସ ତଳେ କୋଦଳା ଏନଏସି କୁ ଅଡିଟ କରିବାପାଇଁ ଆସିଥିବା କର୍ମଚାରିଙ୍କୁ ମଦ ମାଂସ ଓ ମୋଟା ଅଙ୍କର ଟଙ୍କା ଦେଇ ସେଇ ଘଟଣା ଟିକୁ ଚପେଇ ଦେବା ସହ ଅନ୍ୟ ବହୁତ କିଛି କାମରେ ହୋଇଥିବା ଘୋଟଲା ର ମଧ୍ୟ ତଥ୍ୟ କୁ ଲୁଚାଇ ଦେଇଥିବା ଅଭିଯୋଗ କରିଛନ୍ତି କାଉ ସିଲର। ତାହା ସହ ଅନ୍ୟ ବହୁତ କିଛି ଦୁର୍ନୀତି ଉପରେ ତଥ୍ୟ ମାଗିଥିବା ସେ କହିଛନ୍ତି ଆଉ ସେ ତଥ୍ୟ ହସ୍ତ ଗତ ହେଲା ପରେ ସର୍ବ ଗିଳା ମାନଙ୍କର ସର୍ବ ସମୁଖରେ ମୁଖା ଖୋଲା ଯିବ ବୋଲି ମଧ୍ୟ କହିଛନ୍ତି।


ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଅଞ୍ଚଳ ବାସି ଦାବିକରିବା ସହ କାଉସିଲର ମଧ୍ୟ ଦାବି କରିଛନ୍ତି।