ମଦ ବେପାରୀ ଘରେ ଛଡାଉ,ଦେଶୀ ଓ ବିଦେଶୀ ମଦ ଜବତ ପୋଚ ନଷ୍ଠ , ବେପାରୀ କୁ କୋର୍ଟ ଚାଲାଣ

135

ନବରଙ୍ଗପୁର , ୨୦/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ

ଆଜି କୋଷାଗୁମୁଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ଅବକାରୀ ଚଡାଉ କରାଯାଇ ବହୁ ପରିମାଣରେ ଦେଶୀ ମଦ ଓ ପୋଚ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୧ ଜଣଙ୍କୁ ଗିରଫ କରାଯାଇଛି।

କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବି, ଏମ୍, ସେମଳା ଗ୍ରାମ ପଞ୍ଚାୟତ ର ବକ୍ଟି ଗୁଡା ଗ୍ରାମ

ଉପରେ ଚଡାଉ କରାଯାଇ ପ୍ରାୟ ଦେଶୀ ମଦ ଓ ମହୁଲ ପୋଚ କୁ ଜବତ କରାଯାଇ ନଷ୍ଟ କରାଯାଇ ଥିଲା ।

ଏଥିରେ ସମ୍ପୃକ୍ତ ଗ୍ରାମର ପଦ୍ମନ୍ ଗୌଡା, ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।