ମୁନିଗାଡି ଗ୍ରାମପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଟଙ୍କା ପ୍ରଦାନ

644

ଆସିକା ୧୫/୦୪ (ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ମୁନିଗାଡି ଗ୍ରାମପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀ ମନୋଜ କୁମାର ପୋଲାଇଙ୍କ ନେତୃତ୍ୱ କ୍ରମେ କୋଭିଡ ନାଇଣ୍ଟିନ୍ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସହୃଦୟ ବ୍ୟକ୍ତି ବିଶେଷ ଦାନ କରିଥିବା ଜଣାପଡିଛି।ମା ଆମ୍ବାଜୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସର୍ବାଧିକ ୨୦ହଜାର ଟଙ୍କା ସଭାପତି ଶ୍ରୀମତୀ କାଳିଆ ଗୌଡ ଓ ସଂପାଦିକା ଶ୍ରୀମତୀ ଅନିତା କୁମାରୀ ଗୌଡ ଉପସ୍ଥିତ ରହି ଆସିକା ବିଡିଓ ମାଧ୍ୟମରେ ଚେକ୍ ପ୍ରଦାନ କରିଥିଲେ । ପଞ୍ଚାୟତର ଅନ୍ୟାନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଥିବା ଜଣାପଡିଛି। ସର୍ବମୋଟ ପଞ୍ଚସ୍ତୁରୀ ହଜାର ପଚାଶ ଟଙ୍କା ସଂଗ୍ରହ ହୋଇଥିବା ବେଳେ ଆସିକା ବିଡିଓ ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ଜରିଆରେ ଉକ୍ତ ଟଙ୍କା କୋଭିଡ ନାଇଣ୍ଟିନ୍ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନକରିଥିବା ଜଣାପଡିଛି।ଏହି ଅବସରରେ ଆସିକା ସିଡିପିଓ ଭାରତୀ ମହାପାତ୍ର,ସମିତି ସଭ୍ୟ ଶ୍ରୀ ପଦ୍ମନାଭ ଗୌଡ, କୋଭିଡ ନାଇଣ୍ଟିନର ନୋଡାଲ ଅଫିସର ଶ୍ରୀ ରଞ୍ଜିତ କୁମାର ପଣ୍ଡା, ଅଂଗନଞ୍ବାଡି ସୁପରଭାଇଜର ଶ୍ରୀମତୀ ବୀଣା ଦିଗାଲ,ମୁନିଗାଡି ଗ୍ରାମପଞ୍ଚାୟତର ସମସ୍ତ ଅଂଗନଞ୍ବାଡି କର୍ମୀ ଏବଂ ଆଶା କର୍ମୀ ସମେତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।ସାମାଜିକ ଦୂରତ୍ବ ରକ୍ଷା କରିବା ସହ ସଚେତନ ପୂର୍ବକ ଉକ୍ତ କାର୍ଯ୍ୟ ସସାପନ ହୋଇଥିଲା। ଏଭଳି ମହତ କାର୍ଯ୍ୟ ପାଇଁ ଜନସାଧାରଣରେ ସରପଞ୍ଚ, ସମିତି ସଭ୍ୟ ସମେତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।
ରିପୋର୍ଟ ରତ୍ନାକର ଶିଅ