ଆସିକା ଥାନାର କନଷ୍ଟେବଳଙ୍କ ପଦୋନ୍ନତି

0

ଆସିକା – ଆସିକା ଥାନାରେ କାର୍ଯ୍ୟରତ କନେଷ୍ଟବଳ କାଳୀଚରଣ ପାଢୀ, ଏଏସଆଇ ଭାବେ ପଦୋନ୍ନତି ପାଇଛନ୍ତି । ଗତ କିଛିବର୍ଷ ଧରି ବିଭିନ୍ନ ଥାନାରେ ସେ କାର୍ଯ୍ୟକରି ଆସୁଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ଏବଂ ବିଭାଗ ପ୍ରତି ନିଷ୍ଠାପର ଉଦ୍ୟମ ଫଳରେ, ସେ ଏଏସଆଇ ପରୀକ୍ଷାରେ ସଫଳତା ହାସଲ କରି ପଦୋନ୍ନତି ପାଇଛନ୍ତି । ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର କଣିଆପଲ୍ଲୀ ଗାଁର ଦୟାନିଧି ପାଢ଼ୀଙ୍କ ଦ୍ବିତୀୟ ପୁତ୍ର । ୨୦୦୯ ମସିହାରେ କନେଷ୍ଟବଳ ଭାବେ ଛତ୍ରପୁର ମୁଖ୍ୟାଳୟ ରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ । ଶ୍ରୀ ପାଢ଼ୀଙ୍କ ଏହି ପଦୋନ୍ନତି ପରେ ବିଭିନ୍ନ ମହଲରୁ ତାଙ୍କୁ, ଶୁଭେଚ୍ଛା ଜଣାଇଛନ୍ତି ।