
ଆସିକା,୨୩/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନ କାଳ ଷଣ୍ଡପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଗିତାଞ୍ଜଳୀ
ମହାପାତ୍ରଙ୍କ ତତ୍ଵାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ
ଆସିକା ବିଧାୟକ ସରୋଜ କୁମାର ପାଢୀ,ସମ୍ନାନିୟ ଅତିଥି କାଳଷଣ୍ଡପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା, ମୁଖ୍ୟବକ୍ତା ଭାବେ ତାରାତାରିଣୀ
ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଅତିଥଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ
ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।


ଏହି ବିଦ୍ୟାଳୟରେ ପ୍ରଥମ
ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ
କରୁଥିବା ବେଳେ ବର୍ଷାଜ୍ୟ ପରିବେଶରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦେଶର ସଭ୍ୟତାର ମାପକାଠି ହେଉଛି ଶିକ୍ଷା ଓ ସଂସ୍କୃତି । ଶିକ୍ଷା ହେଉଛି ଆଲୋକର ପ୍ରତୀକ ଓ ଅଶିକ୍ଷା ହେଉଛି ଅନ୍ଧକାରର ପ୍ରତୀକ । ଯେଉଁ ଦେଶର ନାଗରିକ ମାନେ ଯେତେ ଶିକ୍ଷିତ, ସେ ଦେଶରେ ସଭ୍ୟତା ସେତେ ଉନ୍ନତି ବୋଲି ଉପସ୍ଥିତ ଅତିଥ୍ ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ତେଣୁ ଶିକ୍ଷାର ଆରମ୍ଭ କେବଳ ଏହିଭଳି ଶିକ୍ଷାନୁଷ୍ଠାନରୁ
ଆରମ୍ଭ ହୋଇଥାଏ । ତେଣୁ ଜଣେ ଭଲ ଛାତ୍ର ହୋଇ ନିଜର ପରିଚୟ ସୃଷ୍ଟି କରିବା ସହିତ ନିଜ ବିଦ୍ୟାଳୟର ମାନ ଗୌରବ ରକ୍ଷା କରନ୍ତୁ ବୋଲି ଅତିଥ୍ ମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥୁ ଭାବେ ବିଜୟ ସ୍ୱାଇଁ, ବାବନପୁର ସମିତିସଭ୍ୟ ସନ୍ତୋଷ କୁମାର ଜେନା, ନିମି ନା ସମିତିସଭ୍ୟ ଶଶାଙ୍କ ଚର୍ଚ୍ଚା, ଶିବରାମ ଗୌଡ, ବାଙ୍ଗ ଗଢ଼ା ସର ପଚଂ ରଞ୍ଜିତା କୁମାର ବିଶ୍ବାଳ, ନନବରଂ ସମିତିସଭ୍ୟ କିରଣ ଭୂୟାଁ, ସମିର ବେହେରା,ଚିତ୍ରସେନ ବିଶ୍ବାଳ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ଏହି ଉତ୍ସବରେ ଅତିଥିଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରି ଚାଳନାରେ ପ୍ରଧାନ ଶିକ୍ଷୟତ୍ରୀ ରିତାଞ୍ଜଳୀ ମହାପାତ୍ର, ସହାକରୀ ଶିକ୍ଷୟତ୍ରୀ କଲ୍ୟାଣୀ କୁମାର ପଟ୍ଟନାୟକ, ସଞ୍ଜୁ କୁମାରୀ ପାତ୍ର, ଝିଲ୍ଲୀ କୁମାର ସାହୁ, ରଶ୍ମୀ ପାତ୍ର, ଉମାକାନ୍ତ ବାଗ, କ୍ରୀଡା ଶିକ୍ଷକ ଆଦିତ୍ୟ ସାମଲ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।



