
ଆସିକା,୨୩/୧୨ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ରେ ଆଜି ମଣ୍ଡି ରେ ଧାନ କ୍ରୟ ନିମନ୍ତେ ଵିଧିବଦ୍ଧ ଭାବେ ଆରମ୍ଭ ହୋଇଛି l ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ଖୋଲି ପ୍ରାଥମିକ ସେବା କେନ୍ଦ୍ର ଠାରେ ସରକାରୀ ଧାନ କ୍ରୟ କେନ୍ଦ୍ର କୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଉଦଘାଟନ କରିଛନ୍ତି l ଆଜି ଏହି ମଣ୍ଡି ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ତହସିଲଦାର ସଂଗୀତା ସେନ, ଏୟାରସିଏସ ବିଜୟ ସାହୁ, ଏବିଡିଇଓ ସୁଶାନ୍ତ କୁମାର ବେହେରା, ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ବଡ଼ଖୋଲି ସରପଞ୍ଚ ଦୁର୍ଗା ପ୍ରସାଦ ବେହେରା ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, ସେବା ସମବାୟ ସମିତି ର ସଭାପତି ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

ଆସିକା ବ୍ଲକ ଓ ଏନ ଏ ସି ରେ ୧୮ ଗୋଟି ପ୍ରାଥମିକ ସେବା ସମିତି ଓ ୧୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ମିଶି ମୋଟ ୩୨ ଗୋଟି କେନ୍ଦ୍ର ରେ ଧାନ କ୍ରୟ ର ବ୍ୟବସ୍ଥା କରାଯାଇଛି l ଚାଷୀ ମାନଙ୍କ ଠାରୁ ମଣ୍ଡିରେ ଧାନ ରଖିଲା ପରେ ଏମ ଏସ ପି ୨୩୬୯ ଟଙ୍କା ଓ ୭୩୧ ଟଙ୍କା ଇନପୁଟ ଆର୍ଥିକ ସହାୟତା ମିଶି ମୋଟ ୩୧୦୦ ଟଙ୍କା ସେମାନଙ୍କ ଜମା ଖାତାକୁ ଯିବା ବ୍ୟବସ୍ତା ହୋଇଛି l ଗତ ୨୦୨୪-୨୫ ବର୍ଷ ରେ ମୋଟ ୮୧୩୯ ଚାଷୀ ପଞ୍ଜିକରଣ କରିଥିଲେ l ସେମାନଙ୍କ ଠାରୁ ୦୩ ଲକ୍ଷ ୩୮ ହଜାର ୨୩୦. ୪୪ କୁଇଣ୍ଟାଲ ଧାନ ଗ୍ରହଣ କରାଯାଇଥିଲା l ଚଳିତ ବର୍ଷ ମଧ୍ୟ ମୋଟ ୮୩୬୬ ଚାଷୀ ପଞ୍ଜିକରଣ କରିଥିବା ବେଳେ ୮୨୦୧ ଚାଷୀଙ୍କ ଟୋକେନ ଜେନେରଟ ହୋଇଥିବା ବେଳେ ୧୫୮ ଜଣ ଚାଷୀ ମାନଙ୍କ ଟୋକେନ ଜେନେରାଟ ହୋଇ ନଥିବା ଜଣାପଡିଛି l ଏଥି ସହିତ ୧୦୨୬ ଜଣ ଭାଗ ଚାଷୀ ମଧ୍ୟ ଧାନ ଦେବା ପାଈଁ ପଞ୍ଜିକରଣ କରିଛନ୍ତି l ଚଳିତ ବର୍ଷ ୦୪ ଲକ୍ଷ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ରଖାଯାଇଛି l ଚଳିତ ୨୦୨୫-୨୬ ବର୍ଷର ଧାନ ସଂଗ୍ରହ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ସ୍ଥିର ରଖାଯାଇଛି l ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ସେବା ସମିତି ର ସମ୍ପାଦକ ଧୋବା ଗୌଡ଼ ଏବଂ ଅନ୍ୟ ସମ୍ପାଦକ ମାନେ ସହଯୋଗ କରିଥିଲେ l




