ଢଉଗାଁ ପେଟ୍ରୋଲ ପମ୍ପ ନିକଟରୁ ଗଂଜେଇ ଚାଲାଣ ୦୪ ଗିରଫ

1

ଆସିକା ,୨୩/୧୨ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆସିକା – ସୋରଡ଼ା ରାସ୍ତାର ହେଚ ପି ପେଟ୍ରୋଲ ପମ୍ପ ନିକଟରୁ ଚୋରା ଗଂଜେଇ ଚଲାଣ ବେଳେ ଦୁଇ ଗାଡି ସହ ୦୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁହାଯାଇଛି l
ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ର ଭାରପ୍ରାପ୍ତ ଅଧିକ୍ଷକ ଶ୍ରୁତିକାନ୍ତ ରାଉତ, ତଦନ୍ତକାରି ଅଧିକାରୀ ନାରାୟଣ ଜେନା ଙ୍କ ନେତୃତ୍ୱ ରେ ଏକ ଟିମ
ଢଉଗାଁ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଓଡି ୦୨ ଯେ, ୯୯୪୪ ହୁଣ୍ଡାଇ କାର ଓ ଓଡି ୦୨ ଏ ୱାଇ ୭୨୫୪ ନମ୍ବର ମହେନ୍ଦ୍ର ବୁଲେର ଗାଡି ରୁ ଚେକିଂ ସମୟରେ ଦୁଇ ଟି ଗାଡି ରୁ ୫୨ କେଜି ଗଂଜେଇ ଜବତ ହୋଇଥିଲା l ଏଥିରେ ତିନିଜଣ ପୁରୁଷ ଓ ଜଣେ ମହିଳା ଥିଲେ l ଅବକାରୀ ଦ୍ୱାରା ଗିରଫ ମାନେ ହେଲେ କନ୍ଧମାଳ ଥାନା ଇଲାକାର ଜୀନୁଙ୍ଗା ମଲ୍ଲିକ, ରେଣୁକା ମଲ୍ଲିକ, ବାଲିଗୁଡା ଥାନା ଇଲାକାର କିରଣ ଦିଗଲ ଓ ଦିଲ୍ଲୀପ ଦିଗଲ ବୋଲି କୁହାଯାଇଛି l ଏହି ଦୁଇ ଗାଡି ବାଲିଗୁଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା l ଚଳିତ ଡିସେମ୍ବର ୨୦ ଠାରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସତନ୍ତ୍ର ଡ୍ରାଇଭ ଚାଲୁ ରହିଛି l ଆଗକୁ ଆହୁରି ଏଭଳି ଚୋରା ଗଂଜେଇ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି l