ଦୁର୍ନୀତିର ପିଛା ଛାଡୁନି କୋଦଳା ଏନଏସି କାର୍ଯ୍ଯାଳୟପୁଣି ଏକ ଅଡିଓ ଭାଇରାଲ

67

କୋଦଳା,୧୯/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା NACରେ ସ୍ୱଚ୍ଛତା ଏବଂ ତଥ୍ୟ ପ୍ରଦାନକୁ ନେଇ ବିବାଦ ଥମୁନଥିବା ବେଳେ ଆଜି ପୁଣି ଏକ ସାଂଘାତିକ ଅଡିଓ କଲ୍ ରେକର୍ଡି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ ଅଡିଓରୁ ପ୍ରଶାସନର ସ୍ୱଚ୍ଛତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୨ ଦିନ ତଳେ ପୁଣି ଏକ ଟେଣ୍ଡର ବେଆଇନ ଭାବେ ଖୋଲା ଯାଇଛି। ଷ୍ଟ୍ରଙ୍ଗ ଓ୍ବାଟର ଡ୍ରେନ ପାଇଁ ଟେଣ୍ଡର ଫିକ୍ସିଂ ହୋଇଥିବା ଜଣାପଡିଛି। ବେଗୁନିଆପଡ଼ା ବ୍ଳକର ଯନ୍ତ୍ରୀ ଧର୍ମେନ୍ଦ୍ର ବାଡତ୍ୟା, ଆସିଷ୍ଟାଣ୍ଟ ଏକଜୁକେଟିଭ୍ ଇଞ୍ଜିନିୟର ପ୍ରଦୀପ କୁମାର ସାହୁ, ମୁଖ୍ୟ କିରାଣୀ ହିମାଂଶୁ ସ୍ବାଇଁ, ଆକାଉଣ୍ଟେଡ ମୃତ୍ୟୁଞ୍ଜୟ ମହାନ୍ତି ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ଉପସ୍ଥିତିରେ, ଅଧ୍ଯକ୍ଷଙ୍କ ଅନୁପସ୍ଥିତିରେ ବେଆଇନ ଭାବେ ଟେଣ୍ଡର ଖୋଲାଯାଇ ସରକାରୀ ନିୟମକୁ ଉଲ୍ଲଂଘନ କରି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।


ଭାଇରାଲ୍ ଅଡିଓରେ ଜନୈକ କାଉନସିଲର ଉନ୍ନୟନମୂଳକ କାର୍ଯ୍ୟର ସିସିଟିଭି ଫୁଟେଜ୍ ସୂଚନା ଅଧିକାର ଆଇନ ଜରିଆରେ ମାଗିଥିଲେ ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାହା ଦେବାକୁ ବୁଲେଇ ବାଙ୍କି ମନା କରିବା ସହ ସିସିଟିଭି ରେ ପୁଟେଜ କିଛି ବାହାରୁଚି କି କହୁଥିବା ଶୁଣିବାକୁ ମିଳୁଛି । ସାଧାରଣରେ ସନ୍ଦେହ କରାଯାଉଛି ଯେ ନଭେମ୍ବର ୨୮ ତାରିଖ ସନ୍ଧ୍ୟାରେ ହିଁ ଏହି ସିସିଟିଭିର ହାର୍ଡ ଡିସ୍କ କୁ ଗାଏବ୍ କରିଦିଆ ଯାଇଛି। ଏହି ତଥ୍ୟ ଲୁଚାଇବା ଉଦ୍ୟମ ପଛରେ ବହୁ ଚର୍ଚ୍ଚିତ ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହିଁ ମୂଳ କାରଣ ଅଟେ ବୋଲି ଚର୍ଚ୍ଚା ଚାଲିଛି । ଯଦି କାମରେ ସ୍ୱଚ୍ଛତା ଅଛି, ତେବେ ଅଧିକାରୀମାନେ ତଥ୍ୟ ଦେବାକୁ ଭୟ କରୁଛନ୍ତି କାହିଁକି ? ତଥ୍ୟ ଲୁଚାଇବା ଏବଂ ଟେଣ୍ଡର ଫିକ୍ସିଂ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏହି ମାମଲାର ଏକ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ପାଇଁ କୋଦଳା ସହରବାସୀ ଦାବି କରିଛନ୍ତି ।
ସାଧାରଣରେ ପ୍ରଶ୍ନ ଉଠିଛି ସରକାରୀ କାମର ତଥ୍ୟ ଦେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭୟ କାହିଁକି ?
ଫୁଟେଜ୍ ଲୁଚାଇ ଟେଣ୍ଡର ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି କି ଇଓ।
ଆରଟିଆଇ ତଥ୍ୟ ଦେଲେ ଧରାପଡିଯିବ କି ବଡ ବଡ଼ କେଳେଙ୍କାରୀ।
ସ୍ୱଚ୍ଛତା କଥା କହୁଥିବା ଅଧିକାରୀ ଏବେ ଚୁପ୍ କାହିଁକି ଅଛନ୍ତି।
ତଥ୍ୟ ଲୁଚାଇବା ପଛର ଅସଲ ଉଦ୍ଦେଶ୍ୟ କ’ଣ ହୋଇଥାଇ ପାରେ ?
ନିଜେ ଇଓ କହୁଛନ୍ତି ସିସିଟିଭିରୁ କଣ ବାହାରୁଚି କି?
ନଭେମ୍ବର ୨୮ ତାରିଖ ସନ୍ଧ୍ୟାରେ ହିଁ ଫୁଟେଜ କୁ ଗାଏବ୍ କରିଦେଇଛନ୍ତି କି ଇଓ। ସବୁଠାରୁ ବଡ଼ କଥା ହେଲା କିଏ ଏହି ୩ ରୁ ୪ଜନଣ ବ୍ୟକ୍ତି ଯାହାଙ୍କ ନାମ ଲେଖି ସୂଈସାଇଡ କରିବା ପାଇଁ କହୁଛନ୍ତି ଇଓ? କିଏ ଏହି ୩ରୁ ୪ଜଣ ବ୍ୟକ୍ତି ଦୁର୍ନୀତି କରିବା ପାଇଁ ଇଓ ଙ୍କୁ ଚାପ ପକାଉ ଛନ୍ତି?କୋଦଳା ଏନଏସି ର ନିର୍ବାଚିତ ଜନପ୍ରତିନିଧିକଂ ଫୋନ୍ କୁ ବ୍ଲାକ ଲିଷ୍ଟରେ ପକାଇଥିବା ଆକାଉଣ୍ଟେଡ, ମୁଖ୍ୟ କିରଣୀ ଓ ଅନ୍ୟାନ୍ୟ କର୍ମଚାରୀ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ୨୦ ଦିନ ପରେ ବି ଏନ୍ ଏ ସି ପରିସରରେ ସିସିଟିଭି କ୍ୟାମେରା ନ ଲଗାଯିବା ଦୁର୍ନୀତି ପାଇଁ ଷଡଯନ୍ତ୍ର ହେଉଥିବା ନେଇ ଆଲୋଚନା ହେଉଛି।