
ବୁଗୁଡ଼ା,୧୬/୧୨: ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବତ୍ରିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି। ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ମଧ୍ୟମ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଉଚ୍ଚଶିକ୍ଷା ବିଭାଗ କ୍ଷେତ୍ରୀୟ ଯୁଗ୍ମ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ, ସମାଜସେବୀ ରବୀନ୍ଦ୍ର କୁମାର ପରିଡା, ଯୁବନେତା ମହେନ୍ଦ୍ର ପ୍ରସାଦ ପଣ୍ଡା, ସ୍ଥାନୀୟ ରାଜନେତା ରବୀନ୍ଦ୍ରନାଥ ପ୍ରଧାନ, ବୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରତିନିଧି କେ ନୀଳମାଧବ ଆଚାରୀ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି,ଯୁବ ସମାଜ ସେବୀ ସଂଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ବିକଶିତ ଓଡ଼ିଶା ଗଠନରେ ଜଣେ ଜଣେ ଧର୍ମପଦ ଭାବେ ନିଜକୁ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ମାନଙ୍କରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, କିଶୋର ଚନ୍ଦ୍ର ପଣ୍ଡା, ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତା ରାଣୀ ସାହୁ, ଜ୍ଞାନ ଚାନ୍ଦ ଗୈ।ଡ ପରିଚାଳନା କରିଥିଲେ। କ୍ରୀଡା ଓ ସାଂସ୍କୃତିକ ବିଭାଗରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଉଭୟ ବାଳକ ଓ ବାଳିକା ବର୍ଗରେ ଚମ୍ପିୟାନ ଏବଂ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ।ଏକଦିବସୀୟ ଏହି ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡଃ ଦିଲ୍ଲୀପ କୁମାର ପ୍ରଧାନ, ଡଃ ଶିଶିର କୁମାର ନାୟକ, ଅଧ୍ୟାପକ ଡ଼ଃ ଏ ଜୀତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଭାବଗ୍ରାହୀ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ରଶ୍ମୀ ରଞ୍ଜନ ତ୍ରିପାଠୀ,ସଂଜୟ କୁମାର ପାତ୍ର, କାହ୍ନୁଚରଣ ଦାସ, ଭଂଜ କିଶୋର ଗୈ।ଡ, ସୋନିଆ ମହାନ୍ତି, ନବଘନ ପ୍ରଧାନ, ରମାକାନ୍ତ ରାଉତ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ଓ ସଂଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସଂଜୟ କୁମାର ବିଷୋୟୀ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମହାରଣା, କାବେରୀ ବିଷୋୟୀ, କବିତା କୁମାରୀ ଜେନା, ଯଶସ୍ବୀନୀ ଗୈ।ଡ, ବର୍ଷା କୁମାରୀ ଦାସ, ରୋଶନୀ ଗୈ।ଡ, ଲୋକନାଥ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।



