ଚିକିଟୀ ବ୍ଲକ ଏବଂ ଏନ.ଏ.ସି ଘରୋଇ ବିଦ୍ୟାଳୟ ସଙ୍ଘର ବୈଠକ

49

ଚିକିଟୀ ୨୦/୧୧(ଜିଲ୍ଲା ଖବର) : ଚିକିଟୀ ବଡ଼ବଡ଼ଙ୍ଗା ସ୍ଥିତ ଶ୍ରୀ ମା ବରାହୀଙ୍କ ପୀଠରେ ଚିକିଟୀ ବ୍ଲକ ଏବଂ ଏନ.ଏ.ସି ର ଘରୋଇ ବିଦ୍ୟାଳୟ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାରୀ ସ୍ୱୀକୃତି ପ୍ରାପ୍ତ 18 ଗୋଟି ବିଦ୍ୟାଳୟ ଯଥା : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଆଦର୍ଶ ବିଦ୍ୟା ମନ୍ଦିର, ସେଣ୍ଟ. ଜାଭିୟାର, ସଦଗୁରୁ ଶିକ୍ଷା ନିକେତନ, ସ୍ୱାମୀ ବିବେକାନନ୍ଦ ଅଂଗ୍ଲୋ ବେଦିକ ସ୍କୁଲ, ଉତ୍କଳ ଭାରତୀ ପବ୍ଲିକ ସ୍କୁଲ, ଶ୍ରୀ ବିଦ୍ୟାଭାରତୀ ପବ୍ଲିକ ସ୍କୁଲ, ଜୟ ମା ଦୁର୍ଗା ଇଂଲିଶ ମିଡିୟମ ସ୍କୁଲ, ମା କାମାକ୍ଷୀ ଇଂଲିଶ ମିଡ଼ିୟମ ସ୍କୁଲ, ସତ୍ୟ ସାଇ ବିଦ୍ୟା ମନ୍ଦିର, ସନ୍ଦୀପନି ବିଦ୍ୟା ନିକେତନ, ମାର୍ଗଦର୍ଶୀ ଶିଶୁ ମନ୍ଦିର, ଜ୍ଞାନଭାରତୀ ଇଂଲିଶ ମିଡିୟମ ସ୍କୁଲ, ଶିବାନନ୍ଦ ଶିଶୁ ମନ୍ଦିର, ସରସ୍ବତୀ ଶିଶୁ ମନ୍ଦିର ( ସୁନାପୁର ) ର ସମସ୍ତ ସଭାପତି, ସମ୍ପାଦକ ଏବଂ ଅଧକ୍ଷ ମାନେ ଉପସ୍ଥିତ ଥିଲେ। ଏହି ବୈଠକ ରେ ସରକାରଙ୍କ ସମସ୍ତ ନିୟମକୁ କାର୍ଯ୍ୟକାରୀ କରିବା ଏବଂ ନିଜ ନିଜ ବିଦ୍ୟାଳୟର ଶିଶୁଙ୍କୁ ସୁରକ୍ଷା ଏବଂ ଉଚିତ ଶିକ୍ଷା ପ୍ରଦାନରେ ସମସ୍ତ ପ୍ରସ୍ତୁତିକୁ ପ୍ରାଧାନ୍ୟ ଦେବା ପାଇଁ ମତ ପ୍ରକାଶ ପାଇଥିଲା। ପୁନଃବାର ଚିକିଟୀ ବ୍ଲକ ଏବଂ ଏନ.ଏ,ସି ର ଘରୋଇ ବିଦ୍ୟାଳୟ ମାନଙ୍କ ସୁସଂଗଠିତ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।


ସଂଘର ସଭାପତି ରୂପେ ଶ୍ରୀଯୁକ୍ତ ନରସିଂହ ବେହେରା, ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ରାଉଳ, ଉପସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ସାହୁ, ସହ ସମ୍ପାଦକ ଶ୍ରୀ ହରିଶ୍ଚନ୍ଦ୍ର ପାଢ଼ୀ , କୋଷାଧକ୍ଷ ଶ୍ରୀଯୁକ୍ତ ଟି. ଗଜେନ୍ଦ୍ର ସମେତ କାର୍ଯକାରୀ କର୍ମକର୍ତ୍ତା ରୂପେ ଏବଂ ଶ୍ରୀ ପ୍ରକାଶଚନ୍ଦ୍ର ସାହୁ, ଶ୍ରୀମତୀ ସୁଜାତା ମହାରଣା, ଶ୍ରୀ ପ୍ରଭାକର ପାଣିଗ୍ରାହୀ, ଶ୍ରୀ ଲକ୍ଷ୍ମଣ ରାଓ ସାଧାରଣ ସଭ୍ୟ ରୂପେ ମନୋନୀତ ହୋଇଥିଲେ। ପରିଶେଷରେ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସଂଘର ସୁଦୃଢ ନିମନ୍ତେ କିଛି ଉପଦେଶ ଦେଇ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଂଘର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଗାମୀ ବୈଠକରେ ନିର୍ଦ୍ଧାରଣ କରିବା ପାଇଁ ସ୍ଥିର କରାଯାଇଥିଲା।