ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ୍ ଶିବିର

11

ଆସିକା ୨୦/୧୧(ଜିଲ୍ଲା ଖବର) : ସମଗ୍ର ଶିକ୍ଷା ଗଞ୍ଜାମ ତରଫରୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ତତ୍ତ୍ଵାବଧାନରେ ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସିକା ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପିତାମାତା ମାନଙ୍କୁ ନେଇ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିର କୁ ପୂର୍ବତନ ବୋର୍ଡ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସିକା ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜୁକ୍ତା ରାଣୀ ପଟ୍ଟନାୟକ ଉଦଘାଟନ କରିଥିଲେ l ଉକ୍ତ ଶିବିରରେ ଆସିକା ଏନ୍ ଏ ସି, ହରିଡାପଦର୍, କାଳଶଣ୍ଢପୁର, ନଳବଣ୍ଟା କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ରେ ଅଧ୍ୟୟନ ରତ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୫୦ ଜଣ ରୁ ଅଧିକ ପିତାମାତା ମାନେ ଉପସ୍ଥିତ ରହିଥିଲେ l

ଉକ୍ତ ଶିବିରରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୁନ ରାଣୀ ମହାନ୍ତି ଓ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ କିପରି ଉପକୃତ ହେବେ ଓ ଶୈଖିକ ବିକାଶ କିପରି ହୋଇ ପାରିବ ସେ ଉପରେ ପିତା ମାତା ମାନଙ୍କୁ କହିଥିଲେ l ଉକ୍ତ ଶିବିର ରେ ସମ୍ବଳ ଶିକ୍ଷକ ଭାବରେ ହେମନ୍ତ କୁମାର ନନ୍ଦ, କେ ନୂଆ ପଲ୍ଲୀ କ୍ଲଷ୍ଟର୍ ର ସି ଆର୍ ସି ସି ଅର୍ଚ୍ଚନା ବେହେରା ଓ ଆସିକା ଏନ୍ ଏ ସି କ୍ଲଷ୍ଟର୍ ସି ଆର୍ ସି ସି ଶିଶିର କାନ୍ତ ବେହେରା ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଘରେ ଓ ବିଦ୍ୟାଳୟ ରେ ଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ, ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି , ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ସହାୟକ ସେବା ଯୋଗାଉଥିବା ବିଭିନ୍ନ ସଂସ୍ଥା, ୨୧ ପ୍ରକାର ଭିନ୍ନକ୍ଷମତା କୁ ଚିହ୍ନିବା ଆଦି ଆଲୋଚନା କରି ଅବଗତ କରାଇଥିଲେ l ଉକ୍ତ ଶିବିରରେ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ମନ୍ଦାକିନୀ ରଥ, ସି ଆର୍ ସି ସି ସମୀର କାନ୍ତ ନାୟକ, ସରୋଜ କୁମାର ପ୍ରଧାନ, ଅନ୍ତନିର୍ବେଶି ଶିକ୍ଷା ସ୍ବେଚ୍ଛାସେବୀ ଫକୀର ମୋହନ ପ୍ରଧାନ, ଶାନ୍ତିଲତା ପାତ୍ର, ନୃସିଂହ ଲେଙ୍କା ଉପସ୍ଥିତ ରହି ସହଯୋଗ କରିଥିଲେ l