ବୁଗୁଡ଼ା:୧୮/୦୯/୨୫: ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଦ୍ୟାଳୟ ପରିସରରେ ପ୍ରାୟ ଅଶୀଟି ବୃକ୍ଷ ରୋପଣ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶିକା ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ପାଞ୍ଚଶହ ଛାତ୍ର ଛାତ୍ରୀ ଏକ ବିଶାଳ ସଚେତନତା ରାଲିରେ କଳମ୍ବ ଓ କାଦପଡା ଗ୍ରାମ ପରିକ୍ରମା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ, ପ୍ରାଧ୍ୟାପକ କିଶୋର ଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ପଣ୍ଡା, ସୁଜାତା କୁମାରୀ ପଟ୍ଟନାୟକ, ଡଃ ଶିଶିର କୁମାର ନାୟକ, ଡଃ ଦିଲ୍ଲୀପ କୁମାର ପ୍ରଧାନ, ଜୟନ୍ତ କୁମାର ହୋତା ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଚେତନତା ପଦଯାତ୍ରାକୁ ଯୁବ ରେଡକ୍ରସ୍ ସଂଯୋଜିକା ସ୍ମିତା ରାଣୀ ସାହୁ, ସହ ସଂଯୋଜକ ତଥା ପରୀକ୍ଷାଗାର ପ୍ରଦର୍ଶକ ଜ୍ଞାନ ଚାନ୍ଦ ଗୈ।ଡ଼ ପରିଚାଳନା କରିଥିବା ବେଳେ ଡେମନଷ୍ଟ୍ରେଟର ରଶ୍ମି ରଞ୍ଜନ ତ୍ରିପାଠୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ କାର୍ଯ୍ୟାଳୟ ସହାୟକ ସନ୍ତୋଷ କୁମାର ପରିଡ଼ା, ଅଧ୍ୟାପକ କାହ୍ନୁଚରଣ ଦାସ, ସଂଜୟ କୁମାର ପାତ୍ର, ସଂଜୟ କୁମାର ବିଷୋୟୀ, ଲକ୍ଷ୍ମୀପ୍ରିୟା ମହାରଣା, କାବେରୀ ବିଷୋୟୀ, ଯଶସ୍ୱୀନୀ ଗୈ।ଡ଼ ସହଯୋଗ କରିଥିଲେ। ରାଲି ଶେଷରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦ୍ବାରା ପ୍ରାୟ ଅଶୀ ଗୋଟି ଛାୟାପ୍ରଦ ବୃକ୍ଷ ର ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।